କରୋନା ଭ୍ୟାକସିନ୍ ନେବାକୁ Co-WIN ଆପ୍‌ରେ କରିବାକୁ ହେବ ରେଜିଷ୍ଟ୍ରେସନ୍

0 345
greentech

ନୂଆଦିଲ୍ଲୀ,୩।୧: ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଶନିବାର କରୋନା ଭ୍ୟାକସିନର ଡ୍ରାଇ ରନ୍ ଆରମ୍ଭ ହୋଇ ସାରିଛି। ଏହା ଭିତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍-୧୯ ଭ୍ୟାକସିନର ବିତରଣ ଉପରେ ନଜର, ଡାଟା ରଖିବା ଓ ଲୋକଙ୍କୁ ଭ୍ୟାକସିନ ପାଇଁ ରେଜିଷ୍ଟ୍ରେସନ୍ କରିବା ପାଇଁ କୋ-ଓ୍ବିନ୍ (Co-WIN App) ନାମରେ ଏକ ଆପ୍ ତିଆରି କରାଯାଇଛି। ଦେଶର ନାଗରିକ, ଯିଏକି ହେଲଥ୍ ଓ୍ବାକର୍ସ ନୁହନ୍ତି ସେମାନେ ଭ୍ୟାକସିନ୍ ପାଇଁ ଆପରେ ସେଲଫ୍ ରେଜିଷ୍ଟର କରି ପାରନ୍ତି, ଯେଉଁଥିପାଇଁ ତାଙ୍କୁ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିବାକୁ ହେବ। ଟିକାକରଣର ଉପଯୋଗ କରିବା ପାଇଁ ଯେଉଁ ଲୋକ ଆପ୍‌ରେ ପୂର୍ବରୁ ପଞ୍ଜିକୃତ ହୋଇଥାନ୍ତି, ତାଙ୍କୁ ଅତିଶୀଘ୍ର ଭ୍ୟାକସିନ୍ ମିଳିଯିବ।


Co-WIN (COVID-19 Vaccine Intelligence Network), eVIN (Electronic Vaccine Intelligence Network)କୁ ଅପଗ୍ରେଟେଡ୍ ଭର୍ସନ ଅଟେ ଓ ଏହାକୁ ପ୍ଲେ ଷ୍ଟୋରରେ ମାଗଣାରେ ଉପଲବ୍ଧ କରିଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସରକାର ତିନୋଟି ପର୍ଯ୍ୟାୟରେ ଟୀକା ଲଗାଇବେ। ଏଥିରେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଫ୍ରଣ୍ଟଲାଇନ ହେଲଥ୍ କେୟାର ପ୍ରଫେସନାଲ ଓ ଦ୍ବିତୀୟ ପର୍ଯ୍ୟାୟରେ ଜରୁରୀକାଳୀନ ସେବା ସହିତ ଜଡିତ ଲୋକଙ୍କୁ ଭ୍ୟାକସିନ୍ ଟିକା ଦିଆଯିବ। ରାଜ୍ୟ ସରକାର ଏହି ଲୋକଙ୍କ ଡାଟା ଏକାଠି କରିବା ଆରମ୍ଭ କରିଦେଇଛନ୍ତି। ଏହାପରେ ତୃତୀୟ ପର୍ଯ୍ୟାୟରେ ସେହି ଲୋକଙ୍କୁ ଭ୍ୟାକସିନ୍ ଲଗାଇ ଦିଆଯିବ, ଯେଉଁମାନେ ଗମ୍ଭୀର ରୋଗରେ ଶିକାର ହୋଇଛନ୍ତି। ଏଥିପାଇଁ ଆପ୍ ଜରିଆରେ ଏକ ସେଲଫ୍ ରେଜିଷ୍ଟ୍ରେସନ୍ ପ୍ରୋସେସ୍ ଜରୁରୀ ହେବ।
କୋଭିଡ୍-୧୯ ଭ୍ୟାକସିନ୍ ଆରାମରେ ଟ୍ରାକିଂ ଓ ରେଜିଷ୍ଟ୍ରେସନ୍ ସୁନିଶ୍ଚିତ କରିବା ପାଇଁ Co-Winକୁ ୫ଟି ମଡ୍ୟୁଲରେ ବଣ୍ଟା ଯାଇଛି, ଯେଉଁଥିରେ ପ୍ରଥମେ ପ୍ରଶାସନିକ ମଡ୍ୟୁଲ, ଦ୍ବିତୀୟରେ ରେଜିଷ୍ଟ୍ରେସନ୍ ମଡ୍ୟୁଲ, ତୃତୀୟରେ ଭ୍ୟାକସିନେସନ୍ ମଡ୍ୟୁଲ, ଚତୁର୍ଥରେ ଲାଭାନ୍ବିତ ସ୍ବୀକୃତି ମଡ୍ୟୁଲ ଓ ୫ମ ରିପୋର୍ଟ ମଡ୍ୟୁଲ ରହିଛି। ଯେଉଁ ଲୋକ ଟିକାକରଣ କରିବାକୁ ଚାହାନ୍ତି, ତାଙ୍କୁ ପଞ୍ଜିକରଣ ମଡ୍ୟୁଲ ଅନୁସାରେ ବିବରଣୀ ଦେବା ଓ ଉପଲବ୍ଧ କରିବାକୁ ହେବ। ଭ୍ୟାକସିନେସନ୍ ମଡ୍ୟୁଲରେ ତାଙ୍କର ବିବରଣୀକୁ ଯାଞ୍ଚ କରାଯିବ ଓ ଲାଭାର୍ଥୀଙ୍କ ସିକୃତ ମଡ୍ୟୁଲ ତାଙ୍କର ଟିକାକରଣ ବିଷୟରେ ଏକ ସାର୍ଟିଫିକେଟ୍ ପଠାଇବେ।
କିଭଳି କରିବେ ରେଜିଷ୍ଟ୍ରେସନ୍:

୧-ଯେଉଁମାନେ ହେଲଥ୍ ଓ୍ବାର୍କର ନୁହନ୍ତି, ସେମାନେ CoWin ଆପ୍‌ରେ ରେଜିଷ୍ଟ୍ରେସନ୍ ମଡ୍ୟୁଲ ମାଧ୍ୟମରେ ଭ୍ୟାକସିନ ପାଇଁ ରେଜିଷ୍ଟର କରିପାରିବେ। CoWin ଆପ୍ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋର ଜରିଆରେ ଡାଉନଲୋଡ୍ କରାଯାଇପାରେ। ଏହି ଆପ୍ଲିକେସନ୍ ଏବେ ଲଞ୍ଚ କରାଯାଇଛି।

୨- ଓ୍ବେବସାଇଟରେ ସେଲଫ୍ ରେଜିଷ୍ଟ୍ରେସନ୍ ପାଇଁ ୧୨ଟି ଫଟୋ ଆଇଡିଣ୍ଟି ଡକ୍ୟୁମେଣ୍ଟ (Voter ID, Aadhar card, driving license, passport ଓ Pension document, ଭିତରୁ ଯେ କୌଣସି ଗୋଟିଏର ଦରକାର ରହିଛି।

୩-ଅନଲାଇନ୍ ରେଜିଷ୍ଟ୍ରେସନ୍ ପରେ ଲାଭାର୍ଥୀଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଏସଏମଏସ୍ ଆସିବ, ଯେଉଁଥିରେ ତାରିଖ, ଭ୍ୟାକସିନର ସମୟ ଓ ସ୍ଥାନର ସୂଚନା ଦିଆଯିବ।

Leave A Reply

Your email address will not be published.

12 + fifteen =

error: Content is protected !!
Open chat