ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ୍‌ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

0 263
greentech

ଭୁବନେଶ୍ୱର ୩।୧ : ଆସନ୍ତା ମେ’ ୩ରେ ମାଟ୍ରିକ ପରୀକ୍ଷା । ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ହେବ ପରୀକ୍ଷା । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ତେବେ ସ୍କୁଲ ଖୋଲିବା ପରେ ହଷ୍ଟେଲ ପିଲାଙ୍କ ସମସ୍ୟାର ସମାଧାନ କରାଯିବ।

ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ପ୍ରତି ବିଷୟରେ ୮୦ ନମ୍ବର ହେବ ମାଟ୍ରିକ ପରୀକ୍ଷା । ୫୦ ନମ୍ବର ଅବଜେକ୍ଟିଭ୍ । ଏବଂ ୩୦ ନମ୍ବର ସବ୍ ଜେକ୍ଟିଭ୍ । କିନ୍ତୁ ରେଜଲ୍ଟ ବେଳେ ୧୦୦ ନମ୍ବରରୁ ମୂଲ୍ୟାୟନ କରାଯିବ । ଅର୍ଥାତ୍ ପରୀକ୍ଷାର୍ଥୀ ୮୦ ନମ୍ବରରୁ ଯେତିକି ନମ୍ବର ପାଇଥିବେ ସେହି ଅନୁଯାୟୀ ଅବଶିଷ୍ଟ ୨୦ରୁ ହିସାବ କରାଯିବ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେହ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ଆସନ୍ତା ୪ ତାରିଖ ସୋମବାର ଦିନ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାର ଫର୍ମପୂରଣ ବିଷୟରେ ବୋର୍ଡ ପକ୍ଷରୁ ଘୋଷଣା କରାଯିବ। ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

Leave A Reply

Your email address will not be published.

2 × 5 =

error: Content is protected !!
Open chat