କରୋନା ଔଷଧ “Avigan ୨୦୦”ର ହୋମ୍ ଡ଼େଲିଭରୀ ନିମନ୍ତେ ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କମ୍ପାନୀର ଘୋଷଣା

0 311
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଭାରତର ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କରୋନା ରୋଗୀଙ୍କ ଚିକିତ୍ସା ଔଷଧ ଫାଭିପିରାଭିରର ଜେନେରିକ ଔଷଧ ଅଭିଗାନ୨୦୦ ଟାବଲେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି ।  ଏହି ଔଷଧ ଅଭିଗାନ୨୦୦କୁ ଭାରତର ଔଷଧ ମହାନିୟନ୍ତ୍ରକ (ଡ଼ିସିଜିଆଇ) କୋବିଡ଼-୧୯ର ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ।

 ଅଭିଗାନ-୨୦୦ ଡ଼ା. ରେଡ଼୍‌ଡ଼ୀ  ଫୁଜିଫିଲ୍ମ ଟୋୟାମା କେମିକାଲ କମ୍ପାନୀ ସହ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ।  ଭାରତରେ ଏହି ଔଷଧର ପ୍ରସ୍ତୁତି, ବିକ୍ରି ଓ ବିତରଣ ନିମନ୍ତେ ବିଧିବଦ୍ଧ ଅନୁମତି ମିଳିଛି ।  ପ୍ରାଥମିକ ପର୍ଯ୍ୟାୟରେ ଦେଶର ୪୨ ସହରରେ ଏହି ଔଷଧର ହୋମ ଡ଼େଲିଭରୀ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ କୌଣସି ପରିବହନ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ହେଲ୍ପଲାଇନ ନମ୍ବର ୧୮୦୦-୨୬୭-୦୮୧୦ରେ କଲ୍ କରି ସକାଳ ୯ରୁ ରାତି ୯ଟା ମଧ୍ୟରେ ଏହି ଔଷଧ କ୍ରୟ କରାଯାଇପାରିବ । 

ତେବେ ରବିବାର ଔଷଧ ନିମନ୍ତେ ବୁକିଂ କରାଯିବ ନାହିଁ ।ଏହି ଔଷଧ ଅଭିଗାନ (Avigan ୨୦୦)ର ୧୨୨ଟି ବଟିକା ଥିବା ପୂରା ପ୍ୟାକରେ ମିଳିବ । ଲ୍ୟୁପିନ୍, ଗ୍ଲେନମାର୍କ ଓ ସନ ଫାର୍ମା ସହ କିଛି ବଡ଼ ଔଷଧ କମ୍ପାନୀ ପ୍ରଥମରୁ ଭାରତରେ କୋବିଡ଼-୧୯ ଚିକିତ୍ସା ନିମନ୍ତେ ଫାଭିପିରାଭିରର ଏକ ଜେନେରିକ୍ ଔଷଧ ପ୍ରସ୍ତୁତ କରିଛନ୍ତି । ଫେଭିପିରାଭିର ଓ ଅନ୍ୟ ଏକ ଆଣ୍ଟ ଭାଇରାଲ ଔଷଧ ରେମଡ଼େିଭିର ଭାରତରେ କୋଭିଡ଼-୧୯ ଚିକିତ୍ସା ନିମନ୍ତେ ସବୁଠାରୁ ବେଶୀ ବ୍ୟବହାର କରାଯାଉଛି ।

Leave A Reply

Your email address will not be published.

six + 7 =

error: Content is protected !!
Open chat