କରୋନା କଟକଣା ପାଇଁ ଏବର୍ଷ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବ

0 344
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: କରୋନା କଟକଣା ପାଇଁ ଏଥର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।


ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସୀମିତ ସଂଖ୍ୟକ ଅତିଥି, କୋଭିଡ ଯୋଦ୍ଧା, ପୁଲିସ ଓ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ ହେବ ।କୋଭିଡ କଟକଣା ମାନି ସ୍ୱାଧୀନତା ଦିବସ ପାଳନ ଲାଗି କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରାଳୟ ଗାଇଡଲାଇନ ଜାରି କରିଥିଲା । ସେହି ଗାଇଡଲାଇନ ଭିତ୍ତିରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା କରୋନାରୁ ସୁସ୍ଥ ହୋଇଥିବା ମାନଙ୍କୁ ଆମନ୍ତ୍ରିତ କରି ସମ୍ମାନ ଜଣାଇବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।


କରୋନା ପାଇଁ ଯଥାସମ୍ଭବ କମ ଲୋକଙ୍କୁ ନେଇ ଏହି ସମାରୋହ ଆୟୋଜନ କରିବାକୁ ଏହି ଗାଇଡଲାଇନରେ କୁହାଯାଇଛି । ତେବେ ଲୋକମାନେ ଯେପରି ଏହି ସମାରୋହକୁ ଦେଖିପାରିବେ ସେଥିପାଇଁ ଟେଲିଭିଜନ ପ୍ରସାରଣ, ଓ୍ଵବକାଷ୍ଟ କରିବାକୁ କୁହାଯାଇଛି । ସମାରୋହରେ ଯୋଗଦେଉଥିବା ଲୋକମାନେ ସାମାଜିକ ଦୂରତ୍ୱ, ପାଳନ, ମାସ୍କ ଲଗାଇବା, ସାନିଟାଇଜର ଆଦି ବ୍ୟବସ୍ଥା କରାଯିବ

Leave A Reply

Your email address will not be published.

five + 13 =

error: Content is protected !!
Open chat