କରୋନା କାୟାରେ ପାର୍ବଣ ୠତୁ ଫିକା ପଡିବ : କଟକରେ ଏ ବର୍ଷ ହେବନି ଗଣେଶ ପୂଜା – ଦଶହରା ମଧ୍ୟ ଧୁମଧାମରେ ହେବ ନାହିଁ।

0 402
greentech

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : କରୋନା ମାହାମାରୀ ପାଇଁ ଏ ବର୍ଷ ରାଜ୍ୟରେ ସବୁ ଉତ୍ସବ ଫିକା ପଡ଼ିଛି। କରୋନା କରୋନା ପାଇଁ କଟକରେ ପୂଜା କଟକଣା । ମହାମାରୀ କରୋନା କାରଣରୁ ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ମଧ୍ୟ ହେବ ନାହିଁ। ଏଭଳି ସ୍ଥିତି ଯଦି ଲାଗି ରହିଲା ତେବେ ଦୁର୍ଗା ପୂଜା ମଧ୍ୟ ଧୁମଧାମରେ ହେବ ନାହିଁ। କେବଳ ମୂର୍ତ୍ତି ପୂଜା ହେବ ବୋଲି କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିସହ ଦଶହରା ପାଇଁ କୌଣସି ପ୍ରସ୍ତୁତି ନକରିବାକୁ କୁହାଯାଇଛି।

କଟକରେ ପ୍ରତି ବର୍ଷ ଗଣେଶ ଚତୁର୍ଥୀରେ ଧୁମଧାମରେ ଗଣିପତିଙ୍କ ପୂଜା ଅର୍ଚ୍ଚନା କରାଯାଏ। ସ୍ଥାନେ ସ୍ଥାନେ ଗଣପତିଙ୍କର ଭିନ୍ନ ଭିନ୍ନ ଗଣେଶ ମୂର୍ତ୍ତି ପୂଜା ହୁଏ। କିନ୍ତୁ ଏ ବର୍ଷ କଟକବାସୀ କରୋନା ପାଇଁ ଗଣେଶ ଉତ୍ସବ ପାଳନ କରିପାରିବେ ନାହିଁ। କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ସହ କମିସନରେଟ ପୋଲିସର ବୈଠକ ଏହି ନିଷ୍ପତ୍ତ ନିଆଯାଇଛି। କରୋନା ଯେପରି ରାଜ୍ୟରେ ତାର କାୟା ବିସ୍ତାର କରିଛାଲିଛି ତାହା ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି କଟକ ସହର ପୂଜା କମିଟି।

ଆଜି କଟକ ସହରର ଶାନ୍ତି ଓ ପୂଜା କମିଟି ସହ କମିଶନରେଟ୍ ପୁଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ଚଳିତ ବର୍ଷ କଟକ ସହରରେ ଗଣେଷ ପୂଜା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି। ଏଥି ସହିତ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ ଯଦି ଏଭଳି ସ୍ଥିତି ଲାଗିରହେ ତେବେ ଦଶହରା ଆଶା ବି କ୍ଷୀଣ। ଯାହା ଲାଗୁଛି ଏଥର ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ। ଦଶହରା ପାଇଁ କୌଣସି ପ୍ରସ୍ତୁତି ନ କରିବାକୁ ପୂଜା କମିଟି ମାନଙ୍କୁ ମଧ୍ୟ କୁହାଯାଇଛି ଏବଂ ସହରରେ ସବୁ ପ୍ରକାର ଆୟୋଜନ ଓ ଉତ୍ସବ ବନ୍ଦ ରହିବ ବୋଲି କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

4 × 1 =

error: Content is protected !!
Open chat