କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ କର୍ମଚାରୀ କରୋନା ପଜିଟିଭ୍, ଘରୁ କାମ କରିବେ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ।

0 396
greentech

ବେଙ୍ଗାଲୁରୁ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ବେଙ୍ଗାଲୁରୁ ସ୍ଥିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପାଙ୍କ ସରକାରୀ ବାସଭବନ ବା ଅଫିସର କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଘରୁ ରହି କାମ କରିବେ ମୁଖ୍ୟମନ୍ତ୍ରୀ। ପ୍ରତିକାର ସ୍ୱରୂପ ଏପରି ନିଷ୍ପତ୍ତି ନେଇଥିବା ଯେଦୁରପ୍ପା କହିଛନ୍ତି। ଏନେଇ ଆଜି ସେ କହିଛନ୍ତି “ସରକାରୀ ବସଭବନ ବା ଅଫିସ୍‌ରେ କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଆଜିଠାରୁ ଆସନ୍ତା କିଛି ଦିନ ପାଇଁ ମୁଁ ଘରେ ରହି କାମ କରିବି। ” ଏଥିସହିତ ଅନ୍‌ଲାଇନ୍‌ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଉତ୍ତର ଦେବେ ବୋଲି ୟେଦୁରପ୍ପା କହିଛନ୍ତି। କରୋନା ସାବଧନତା ଅବଲମ୍ବନ କରିବା ପାଇଁ ସେ ଏଫରି ନଷ୍ପିତ୍ତି ନେଇଛନ୍ତି ଏହା ଛଡ଼ା ଆଉ କିଛି ନୁହେଁ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେଣୁ ଅଯଥା ଚିନ୍ତିତ ଓ ଭଯଭୀତ ନହେବାକୁ ସେ ଲୋକମନଙ୍କୁ ନିବେଦନ କରିଛନ୍ତି।

କରୋନା ସାବଧାନତା ପାଇଁ ପ୍ରତିକାର ଆପଣାଇବା ସହିତ ଗାଇଡ୍‌ଲାଇନ୍‌ ମାନିବାକୁ ରାଜ୍ୟବାସୀକୁ ନିବେନଦ କରିଛନ୍ତି ଯେଦୁରପ୍ପା। କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘କ୍ରିଷ୍ଣା’କୁ ସିଲ୍‌ କରି ସାନିଟାଇଡ୍ କରାଯାଇଥିଲା। ଜଣେ ପୁଲିସ୍‌ କନଷ୍ଟେବଲଙ୍କ ସମ୍ପର୍କୀୟ ସେଠାରେ ପୋଷ୍ଟିଂ ହୋଇଥିଲେ। ସେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ସରକାରୀ ଗୃହକାର୍ଯ୍ୟାଳକୁ ସିଲ୍ କରାଯାଇଥିଲା।

ଗୁରବାର ସର୍ବାଧିକ ୨୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ରାଜ୍ୟରେ କରୋନା ସଂଖ୍ୟା ୩୦ ହଜାର ପାର୍‌ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୦୫ ହୋଇଥିବା ବେଳେ ୧୭୭୮୬ ଆକ୍ଟିଭ୍‌ ଓ ୧୨୮୩୩ ସୁସ୍ଥ ହୋଇଛନ୍ତି। ସେହିଭଳି ମୁଥ୍ୟୁ ସଂଖ୍ୟା ୪୮୬ ହୋଇଛି।

Leave A Reply

Your email address will not be published.

sixteen − 7 =

error: Content is protected !!
Open chat