କୁଆଁପାଳ: ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟରତ ଅବସ୍ଥାରେ ପରଲୋକ

0 484
greentech

ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ବିଭାଗର କର୍ମଚାରୀ (ଏଫଏମ ୧୨୬୪) ସୁବୋଧ ମହାନ୍ତି(୫୭)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଗତକାଲି ଅଫିସରେ କାର୍ଯ୍ୟରତ ଥିବାବେଳେ ଅପରାହ୍ନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ପଠାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କର ଘର ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଞ୍ଚଳ ବୋଲି ଜଣାପଡିଛି । ସେ ଜଣେ ଦକ୍ଷ ଏବଂ ସାହାସୀ ଅଗ୍ନିଶମ କର୍ମଚାରୀଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ କୁଆଁପାଳ ଅଗ୍ନିଶମ ଅଧିକାରୀ ବିଶ୍ୱରଞ୍ଜନ ବାସ୍କେ ,ଏଲଏଫଏମ ବାବାଜି ଚନ୍ଦ୍ର ବିଶ୍ୱାଳ,ସୁନୀଲ ସେଠୀ,ଶୁକଦେବ ସିଂହ,ହାବିଲଦାର ସୁରେଶ ବିଶ୍ୱାଳ,ଦୀପକ ପଣ୍ଡା,ଦୀପକ ଦଳେଇ ପ୍ରମୁଖ ଶୋକପ୍ରକଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

5 × three =

error: Content is protected !!
Open chat