ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ ବିଚ’‌ ମାନ୍ୟତା: ସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ – ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

0 468
greentech


ଭୁବନେଶ୍ୱର/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦ : ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରିଛି ଅନ୍ତର୍ଜାତୀୟ ସଂସ୍ଥା । ଡେ଼ନମାର୍କର ଏକ ସଂସ୍ଥା ପକ୍ଷରୁ ଏହି ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରିଣୀ ଖୁଂଟି ଠାରୁ ମେ ଫେୟାର ହୋଟେଲ ବେଳାଭୂମି ପର୍ଯ୍ୟନ୍ତ ୮୬୦ ମିଟର ପରିବ୍ୟାପ୍ତ ଅଂଚଳକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସୁବର୍ଣ୍ଣ ବେଳାଭୂମିର କଠୋର ପରିବେଶଗତ ମାନକ ଓ ବିଶ୍ୱସ୍ତରୀୟ ପୋଷଣୀୟ ପର୍ଯ୍ୟଟକ ସୁବିଧା ସୁନିଶ୍ଚିତ କରିଥିବା ପରିପ୍ରେକ୍ଷୀରେ ତାହାକୁ ସ୍ୱୀକୃତି ଦେଇ ଡେନ୍‌ମାର୍କସ୍ଥିତ ଫାଉଣ୍ଡେସନ୍‌ ଫର ଏନ୍‌ଭାରୋନ୍‌ମେଂଟାଲ୍‌ ଏଜୁକେସନ୍‌ ସଂଗଠନ ପୂରୀ ବେଳାଭୂମିକୁ ବ୍ଲୁ-ଫ୍ଳାଗ୍‌ ମାନ୍ୟତା ପ୍ରଦାନ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଏହି ବେଳାଭୂମିର ପ୍ରଦୂଷଣମୁକ୍ତ ବାତାବରଣ ବିଶ୍ୱ ଐତିହ୍ୟ ନଗରୀର ପୁରୀର ଆକର୍ଷଣ ବୃଦ୍ଧି କରିବ ।

ପୁରୀ ବେଳାଭୂମିକୁ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିଥିବାରୁ ଏବଂ ଏଥିରେ ସହଯୋଗ କରିଥିବାରୁ ମୋ ବିଚ୍‌ ଟିମ୍‌, ଗଣମାଧ୍ୟମ ପ୍ରତିନିଧି, ପୁରୀ ବାସୀଙ୍କ ଠାରୁ ଆରମ୍ଭ କରି ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ବଲୱନ୍ତ ସିଂହ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାପାଳ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.

three × 3 =

error: Content is protected !!
Open chat