କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।

0 468
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି ।


ଏହା ପୂର୍ବରୁ ଆଜି ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ର ମହାସଚିବ ଚମ୍ପକ ରାୟ କହିଥିଲେ ଯେ ଅମିତ ଶାହା ଆସନ୍ତା ୫ ତାରିଖରେ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗ ଦେବେ ନାହିଁ । ସେ ପରବର୍ତ୍ତି ସମୟରେ ଅଯୋଧ୍ୟା ଗସ୍ତରେ ଆସିବେ । ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏବେ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ସ୍ଥିତି ସ୍ପଷ୍ଟ ହୋଇଛି । ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

4 × five =

error: Content is protected !!
Open chat