କେନ୍ଦ୍ର ସରକାର କୃଷକ ମାରଣ ବିଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ: ସି.ପି.ଆଇ.,ଚାନ୍ଦବାଲି ବ୍ଲକ

0 497
greentech

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୯ : କେନ୍ଦ୍ରରେ ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସିପିଆଇ ତରଫରୁ ଚାନ୍ଦବାଲି ତହସିଲ ଆଗରେ ବିକ୍ଷୋଭ କରାଯାଇଛି।

ଚାନ୍ଦବାଲି ସିପିଆଇ ନେତା ଉପେନ୍ଦ୍ର ରାଉଳଙ୍କ ନେତୃତ୍ୱରେ ସିପିଆଇ କର୍ମୀମାନେ ସରକାରଙ୍କ କୃଷକ ମାରଣ ନୀତିକୁ ତୀବ୍ର ବିରୋଧ କରିବା ସହ ନିନ୍ଦା କରିଛନ୍ତି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

20 + 19 =

error: Content is protected !!
Open chat