![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/download-18.jpg?resize=343%2C192)
କଳିଂଗ ଜ୍ୟୋତି ନୂଆଦିଲ୍ଲୀ,୨୬/୦୬: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଶୁକ୍ରବାର ୧୭,୨୯୬ଟି ନୂଆ କେସ୍ ରହିଛି। ଅନ୍ୟପକ୍ଷରେ ୧୫ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି।
ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, ଯେ ପର୍ଯ୍ୟନ୍ତ କୋଭିଡ୍-୧୯ ଟିକା ନ ବାହାରିଛି ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ ପଡ଼ିବ। ଏଥିସହ ଦୁଇ ମିଟର ଦୂରତା ରକ୍ଷା କରିବାକୁ ପଡ଼ିବ। ତେବେ ଯାଇ ଆମେ କରୋନାକୁ ହରାଇ ପାରିବା। ଏହାହିଁ ହେଉଛି ଆମର ବିକଳ୍ପ।