କୋଭିଡ୍‍ -୧୯ ଦୃଷ୍ଟିରୁ ବର୍ଷା ଋତୁରେ ଲୋକଙ୍କୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ

0 270
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ବର୍ଷା ଋତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଭିଡ୍‍-୧୯ ଦୃଷ୍ଟିରୁ ବର୍ଷା ଋତୁରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦେଶର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ପରିସ୍ଥିତିର ନିରନ୍ତର ଅନୁଧ୍ୟାନ କରୁଛନ୍ତି ଓ କ୍ଷତିଗ୍ରସ୍ତ ଲୋକମାନଙ୍କର ଯତ୍ନ ନେବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଇତିମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ ଦିଲ୍ଲୀ ପୌରନିଗମ କର୍ମଚାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ବର୍ଷାଋତୁରେ ବ୍ୟାପୁଥିବା ରୋଗ ଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି। ସେ କହିଛନ୍ତି, ଡେଙ୍ଗୁ, ଚିକନଗୁନିଆ ଓ ମ୍ୟାଲେରିଆ ଭଳି ରୋଗଗୁଡ଼ିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ।

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଗତବର୍ଷ ଦିଲ୍ଲୀରେ ୫ ହଜାର ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସେ ଦୃଷ୍ଟିରୁ ଚଳିତବର୍ଷ ଏଥିପାଇଁ ଆଗରୁ ପ୍ରସ୍ତୁତି କରିବା ବହୁତ ଜରୁରୀ। ବର୍ତ୍ତମାନ କୋଭିଡ୍‍-୧୯ର ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଏଭଳି ଏକ ବୈଠକ ଡକାଯିବା ଜରୁରୀ ଆବଶ୍ୟକତା ଥିଲା। ବର୍ଷାଋତୁରେ ବ୍ୟାପୁଥିବା ରୋଗଗୁଡ଼ିକର ନିୟନ୍ତ୍ରଣ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

19 − 7 =

error: Content is protected !!
Open chat