କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ରୁଜ୍ଜୁ ହେଲା ମାମଲା

0 407
greentech

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ ଥିବା ସିଙ୍ଗୁ ସୀମାରେ ଟ୍ରାଫିକ ସିଗନାଲରେ ବସିଥିବା ଆନ୍ଦୋଳନରତ କୃଷକ ଗୋଷ୍ଠୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଆଜି ଏକ ମାମଲା ଦାୟର କରିଛି। କୋଭିଡ୍‌-୧୯ ପ୍ରୋଟୋକଲର ଉଲ୍ଲଂଘନ ପାଇଁ ଏହି ମାମଲା ଦାୟର କରାଯାଇଛି ବୋଲି ପୁଲିସ ଅଧିକାରୀ କହିଛନ୍ତି।

ନଭେମ୍ବର ୨୯ରେ ଲ୍ୟାମ୍ପୁର ସୀମା ଦେଇ କୃଷକ ଗୋଷ୍ଠୀ ଜବରଦସ୍ତ ଦିଲ୍ଲୀରେ ପ୍ରବେଶ କରିଥିଲେ ଏବଂ ଏହା ପରେ ସିଙ୍ଗୁରେ ଟ୍ରାଫିକ ସିଗନାଲରେ ରାସ୍ତା ଅବରୋଧ କରିଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଏଥିସହ ଆନ୍ଦେଳନରତ କୃଷକମାନେ ସାମାଜିକ ଦୂରତା ନିୟମ ପାଳନ କରିବାରେ ବିଫଳ ହୋଇଥିଲେ ବୋଲି ଅଧିକାରୀମାନେ ଅଭିଯୋଗ କରିଛନ୍ତି।

ଡିସେମ୍ବର ୭ରେ, ଆଲିପୁର ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ମହାମାରୀ ଅଧିନିୟମ ତଥା ଅନ୍ୟାନ୍ୟ ନିୟମ ଅନୁଯାୟୀ କୋଭିଡ୍‌-୧୯ ମହାମାରୀ ପରେ ପ୍ରଯୁଜ୍ୟ ହୋଇଥିବାରୁ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ ଦାଖଲ କରିଥିଲେ। ଏହି କୃଷକମାନେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରୁ ହଜାରେରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଆସି ଦିଲ୍ଲୀରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

Leave A Reply

Your email address will not be published.

three × three =

error: Content is protected !!
Open chat