କୋଲଣପୁର ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଗଛକଟାକୁ ସାଧାରଣରେ ଅସନ୍ତୋଷ

0 413
greentech

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା ବେଳେ ଗୃହ ନିର୍ମାଣ ପାଇଁ ଏକ ବଡ ବରଗଛକୁ କଟାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ କଟକ – ଚାନ୍ଦବାଲି ରାସ୍ତାର କୋଲଣପୁର ପଂଚାୟତ କୁଳିଆଠାରେ ୧୦ ଲକ୍ଷ ଟଙ୍କା ଅନୁଦାନରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି । ଉକ୍ତ ମାର୍କେଟ କମ୍ପେ୍ଲକ୍ସ ଗୃହ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଥିବା ବେଳେ ଗୃହ ନିର୍ମାଣ ପାଇଁ ରାସ୍ତାକଡରେ ଥିବା ଏକ ବରଗଛକୁ ହଣାଯାଇଅଛି । ପଂଚାୟତର ଲୋକମାନେ କଟକ ବା କେନ୍ଦ୍ରାପଡା ଅଂଚଳକୁ ଯିବା ପାଇଁ ହେଲେ ଉକ୍ତ ଗଛ ମୂଳରେ ଆଶ୍ରୟ ନେଇ ବସ୍‌କୁ ଅପେକ୍ଷା କରିଥାଆନ୍ତି । ଗଛଟି ହଣାଯାଇଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖରା ବର୍ଷାରେ କଷ୍ଟ ପାଉଛନ୍ତି । ଗଛଟିକୁ କାହିଁକି ଓ କାହା ନିର୍ଦ୍ଦେଶରେ ହଣାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ବିଷୟରେ ମାର୍କେଟ କମ୍ପେ୍ଲକ୍ସ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ବନ୍ୟା ମାହାନ୍ତିଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଅପରପକ୍ଷରେ କୋଲଣପୁର ଗ୍ରାମପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ୱୀକାର କରିବା ସହ ଗଛ କିଏ କାଟିଲା ସେ ବିଷୟରେ ତାଙ୍କୁ ଅବଗତ ନାହିଁ ବୋଲି ପ୍ରକାଶ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ପ୍ରଫୁଲ୍ଲ କୁମାର ମହାପାତ୍ର, ସାଲେପୁର

Leave A Reply

Your email address will not be published.

five + two =

error: Content is protected !!
Open chat