ତିହିଡି, ଗୋପବନ୍ଧୁ ସେବା ସଂଘର ବାର୍ଷିକ ଉତ୍ସବ: ‘ସହସ୍ର ବର୍ଷର ଅପେକ୍ଷା ପରେ ଗୋପବନ୍ଧୁ ମିଳନ୍ତି ‘

0 406
greentech

ଭଦ୍ରକ/ତିହିଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ଗୋପବନ୍ଧୁ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ତିହିଡି ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହେଇଛିି ।

ଏହି ଅବସରରେ ଅନୁଷ୍ଠିତ ସଭାରେ ସମାଜସେବୀ ସତୀକାନ୍ତ ନାୟକ ପୌରାହିତ୍ୟ କରିଥିଲେ। ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ ସଭାକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭଦ୍ରକ ମହିଳା ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ମୁଖ୍ୟ ଡ଼. ଅଭୟ କୁମାର ଦାସ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗ ପୁତ ଜୀବନ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସକାଳେ ତିହିଡି ଡାକ୍ତରଖାନା ର ରୋଗୀଙ୍କୁ ଫଳ ବଣ୍ଟନ କରାଯାଉଥିବା । ଗଦାଧର ତ୍ରିପାଠୀ, ପୂର୍ଣଚନ୍ଦ୍ର ସାହୁ, ତାରାକାନ୍ତ ପଣ୍ଡା ଓ ଅନ୍ୟାନ୍ୟ ପ୍ରମୋଖ ଲୋକମାନେ ଯୋଗଦାନ ଦେଇଥିଲେ।

Leave A Reply

Your email address will not be published.

4 × 4 =

error: Content is protected !!
Open chat