ଖୋର୍ଦ୍ଧା ଏବଂ ଜଟଣୀ ର ବିଭିନ୍ନ ନର୍ସିଂହୋମ ଉପରେ ପ୍ରସାଶନ ପକ୍ଷରୁ ଚଢାଉ ଆରମ୍ଭ

0 258
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଖୋର୍ଦ୍ଧା ୨୭/୦୬ : ଖୋର୍ଦ୍ଧା ଏବଂ ଜଟଣୀ ର ବିଭିନ୍ନ ନର୍ସିଂହୋମ ଉପରେ ପ୍ରସାଶନ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । କୋଭିଡ ନିୟମକୁ ଖୋଲାଖୋଲିଭାବେ ଉଲଙ୍ଘନ କରୁଥିବାରୁ କରୋନା ସଂକ୍ରମଣ ର ଭୟ ନର୍ସିିଂ ହୋମ ରୁ ଆରମ୍ଭ ହେବାର ଆଶଙ୍କା ରହିଛି ।ତେଣୁ ପ୍ରଶାସନ ପକ୍ଷରୁ ଚଡାଉ କରାଯାଇଥିଲା । ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ଏଡିଏମଓ(ମେଡିକାଲ) ଡା. ରଘୁନାଥ ନାୟକ ପ୍ରମୁଖ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ଖୋର୍ଦ୍ଧା ସହରରେ ଥିବା ୩ଟି ନର୍ସିିଂହୋମ ରେ ଚଢାଉ କରିଥିଲେ । ତେବେ କୌଣସି ନର୍ସିିଂହୋମ ରେ କୋଭିଡ-୧୯ ନିୟମ ପାଳନ ହେଉନଥିବା ଦେଖାଯାଇଥିଲା ।ନର୍ସିିଂହୋମ କୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କିୀୟଙ୍କ ସମ୍ପର୍କରେ କୌଣସି ତଥ୍ୟ ମଧ୍ୟ ନଥିଲା । ନର୍ସିିଂହୋମ ଗୁଡିରେ ପଡିଥିବା ରୋଗୀଙ୍କ ବେଡ ମଧ୍ୟରେ ସାମାଜିକ ଦୂରତ୍ୱ ନଥିବାବେଳେ ରୋଗୀ ଏବଂ ତାଙ୍କ ସମ୍ପର୍କିୀୟ ଓ ଉକ୍ତ ନର୍ସିିଂହୋମ ର କର୍ମଚାରୀମାନେ ମାସ୍କ ବ୍ୟବହାର କରୁନଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।ତେଣୁ କୋଭିଡ-୧୯ ନିୟମକୁ ଠିକ ଭାବେ ପାଳନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ସେମାନଙ୍କୁ ଆଜି ତାଗିଦ କରାଯାଇଛି । ଆଗକୁ ଯଦି ଏଥିରେ ନର୍ସିିଂହୋମ ଗୁଡିକ ଖିଲାପ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.

five − 3 =

error: Content is protected !!
Open chat