ଗୁଗୁଲ ପେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦେବ

0 227
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬ : ଭାରତରେ କ୍ଷୁଦ୍ର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଲୋନ ଦେବ ଆମେରିକୀୟ ଟେକ୍ କମ୍ପାନୀ ଗୁଗଲ । ଭାରତର ଲକ୍ଷ ଲକ୍ଷ ବ୍ୟବସାୟୀ ଗୁଗଲ ଲୋନ ଜରିଆରେ ଉପକୃତ ହୋଇପାରିବେ । କମ୍ପାନୀ ପକ୍ଷରୁ ଚଳିତ ବର୍ଷ ଏହି ସୁବିଧା ଆରମ୍ଭ କରାଯାଉଛି । ବ୍ୟବସାୟୀମାନେ ଗୁଗଲ ପେ ଜରିଆରେ ଏହି ଲୋନ ପାଇପାରିବେ । କରୋନା ଭାଇରସ ଓ ଏହା ପରବର୍ତ୍ତୀ ଲକଡାଉନ ଦେଶର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଛି ।

ବିଶେଷ କରି ଛୋଟ ଛୋଟ ଛୋଟ ଛୋଟ ବ୍ୟବସାୟୀ ବିଶେଷ ଭାବେ କ୍ଷତି ସହୁଛନ୍ତିି । ଆଉ ଏହି ଘଡିସନ୍ଧି ମୂହୁର୍ତରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଏହି ଗୁଗୁଲ ପେ । ଗୁଗୁଲ ପେ ପକ୍ଷରୁ କୁହାଯାଇଛି ଯେ ଗୁଗଲ ପେ ଫର ବିଜନେସ ଆପ୍ ଜରିଆରେ କ୍ରେଡିଟ ଦେବା ପାଇଁ କମ୍ପାନୀ ବିତ୍ତିୟ ସଂସ୍ଥାଙ୍କ ସହ କାମ କରୁଛି ।
ଗତବର୍ଷ ଭାରତରେ କମ୍ପାନୀ ପକ୍ଷରୁ ଗୁଗୁଲ ପେ ଫର ବିଜନେସ ଆପ ଲଂଚ କରାଯାଇଥିଲା । ଆଉ ଗୁଗଲ ପେ ମୁତାବକ ଭାରତରେ ଏହି ଆପ ୩୦ ଲକ୍ଷ ବ୍ୟବସାୟୀ ବ୍ୟବହାର କରୁଛନ୍ତି । ୨୦୧୭ରେ ଗୁଗଲ ଭାରତରେ ଗୁଗଲ ମାଇଁ ବିଜନେସ ଆପ୍ ମଧ୍ୟ ଲଂଚ କରିଥିଲା । ଗୁଗଲ ଇଣ୍ଡିଆ ଡାଇରେକ୍ଟର ଶାଲିନୀ ଗିରିଶ କହିଛନ୍ତି ଯେ କରୋନା ମହାମାରୀ ଓ ଲକଡାଉନ କାରଣରୁ ଅନେକ ବ୍ୟବସାୟୀଙ୍କୁ ଅର୍ଥର ଆବଶ୍ୟକତା ରହିଛି । ବିଶେଷ କରି ଛୋଟ ଛୋଟ ବ୍ୟବସାୟୀଙ୍କୁ ଏହାର ଆବଶ୍ୟକତା ଅଧିକ ରହିଛି ।

Leave A Reply

Your email address will not be published.

18 − sixteen =

error: Content is protected !!
Open chat