ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ପଡ଼ିଲା ମହଙ୍ଗା : ଜେଟିପି ନିଲମ୍ବିତ

0 250
greentech

ପୁରୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୬ : ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ଜଣେ ଜଗନ୍ନାଥ ମନ୍ଦିର ଟେମ୍ପୁଲ ପୋଲିସ (ଜେଟିପି)ଙ୍କ ପାଇଁ ମହଙ୍ଗା ପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ସେ ହେଲେ ଜେଟିପି ସୁଦର୍ଶନ ସାହୁ।


ମହାପ୍ରଭୁ ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରୁଛନ୍ତି। ଗୁଣ୍ଡିଚା ମନ୍ଦିରରେ କାର୍ଯ୍ୟରତ ଥିବାବେଳେ ଜେଟିପି ସାହୁ ମନ୍ଦିର ପରିସର ଏକ ସ୍ଥାନରେ ପରସ୍ରା କରିଥିଲେ। ଏ ନେଇ ରବିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଜେଟିପିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.

nineteen + 10 =

error: Content is protected !!
Open chat