ଭୁବନେଶ୍ୱରରେ କାର୍ଯ୍ୟରତ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ ଲାଇନ ଜାରି କଲା ବିଏମ୍‌ସି

0 180
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି । ସେହିପରି ଭୁବନେଶ୍ବର ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଗାଇଡଲାଇନ୍‌ ଜାରି କରିଛି । ବସ୍ତି ଅଞ୍ଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ । ଏନେଇ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛି ବିଏମ୍‌ସି। ବସ୍ତିରେ ରହୁଥିବା କର୍ମଚାରୀ ଏକାଦିକ୍ରମେ 14 ଦିନ ଡ୍ୟୁଟି କରିବେ।ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ ।

ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କପାଇଁ ରହଣି ବ୍ୟବସ୍ଥା ହେବ। 14 ଦିନ ଡ୍ୟୁଟି ପରେ ନେଗେଟିଭ ରିପୋର୍ଟ ଦେଖି ରିଲିଜ୍‌ କରାଯିବ । ପ୍ରଥମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ଦ୍ବିତୀୟ ଦଫା କର୍ମଚାରୀଙ୍କୁ ଡ୍ୟୁଟି ମିଳିବ। ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ ହସ୍ପିଟାଲ କର୍ତ୍ତୃପକ୍ଷ। ନୋଡାଲ ଅଧିକାରୀ କର୍ମଚାରୀଙ୍କ ତଥ୍ୟ ବିଏମ୍‌ସିକୁ ନିୟମିତ ପ୍ରଦାନ କରିବେ ।

Leave A Reply

Your email address will not be published.

5 × one =

error: Content is protected !!
Open chat