ଗୋଷ୍ଠୀ ସଂକ୍ରମଣ ମୁହାଁ କେରଳ !! ସୂଚନା ଦେଲେ ମୁଖ୍ୟମନ୍ତ୍ରୀ – କୋଭିଡ-୧୯ ଗୋଷ୍ଠୀ ସଂକ୍ରମଣରେ ଭାରତର ପ୍ରଥମ ରାଜ୍ୟ

0 306
greentech

ତିରୁଅନନ୍ତପୁରମ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : କେରଳରେ ପ୍ରଥମ କରି କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, ରାଜଧାନୀ ତିରୁଅନନ୍ତପୁରମର ଦୁଇଟି ଉପକୂଳବର୍ତ୍ତୀ ବସ୍ତିରେ କୋଭିଡ -୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ଲୋକଙ୍କୁ ଅତିରିକ୍ତ ସଜାଗ ରହିବାକୁ କୁହାଯାଇଛି। କିଛି ଦିନ ତଳେ ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନଥିବା ନେଇ ଭାରତ ସରକାର ଦାବି କରିଥିଲେ । କିଛି କିଛି ସ୍ଥାନରେ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଛନ୍ତି କିନ୍ତୁ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା ନେଇ ସ୍ପଷ୍ଟ କରିଥିଲେ ସରକାର । କିନ୍ତୁ ଏବେ ଭାରତରେ କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସୂଚନା ମିଳିଛି ।

“ତିରୁଅନନ୍ତପୁରମର ଅବସ୍ଥା ବାସ୍ତବରେ ଗୁରୁତର। ପୁନ୍ଥୁରା ଏବଂ ପୁଲୁଭିଲା ନାମକ ଦୁଇଟି ଅଞ୍ଚଳରେ କୋଭିଡ -୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ପୁନ୍ଥୁରାରେ ୫୦ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେହିଭଳି ପୁଲୁଭିଲାରେ ୫୭ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି” ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗୋଷ୍ଠୀ ସଂକ୍ରମଣର ହେଉଛି କୋଭିଡ -୧୯ର ତୃତୀୟ ପର୍ଯ୍ୟାୟ ଏବଂ ଏହି ପର୍ଯ୍ୟାୟରେ ଉତ୍ପତ୍ତି ଉତ୍ସ ଜଣା ପଡେନାହିଁ। ଏହି ପର୍ଯ୍ୟାୟରେ କୌଣସି ଯାତ୍ରା ଇତିହାସ ନ ଥିବା କିମ୍ବା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ନଥିବା ବା ସଂକ୍ରମିତ ଅଞ୍ଚଳକୁ ନ ଯାଇ ଲୋକେ କରୋନା ଆକ୍ରାନ୍ତ ହୋଇଥାନ୍ତି ।

Leave A Reply

Your email address will not be published.

19 − six =

error: Content is protected !!
Open chat