ଚାଇନିଜ୍ ଆପ୍ ଟିକଟକ୍‌କୁ କିଣିବ ମାଇକ୍ରୋସଫ୍ଟ ! ଆଗେଇଲାଣି କଥାବାର୍ତ୍ତା

0 424
greentech

ନ୍ୟୁୟର୍କ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ଚାଇନିଜ୍ ଆପ୍ ଟିକଟକ୍‌କୁ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରାଯାଇଛି । ଏହାପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସଚିବ ମାଇକ ପାମ୍ପିଓ ବୟାନ ଦେଇସାରିଛନ୍ତି । କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ଟିକଟକ୍‌କୁ ଅଧିଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ପ୍ଲାନ ହେଉଛି ଯେ, ଟିକଟକ୍‌ର ପ୍ୟାରେଣ୍ଚ କମ୍ପାନୀ ବାଇଟଡ୍ୟାନ୍ସ ଟିକଟକ୍‌ର ଓନରସିପ୍ ବିକ୍ରି କରିଦେଉ । ଏହି ରିପୋର୍ଟ ଆସିବାର କିଚି ସମୟ ପରେ ମାଇକ୍ରୋସଫ୍ଟ ଟିକଟକ୍‌ର ଆମେରିକୀୟ ଅପରେସନ କିଣିବ ବୋଲି ଆଉ ଏକ ରିପୋର୍ଟ ଆସିଛି ।

ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁସାରେ, ମାଇକ୍ରୋସଫ୍ଟ ଓ ବାଇଟଡ୍ୟାନ୍ସ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ସୋମବାର ଏହି ଡିଲ୍ ଚୂଡାନ୍ତ ରୂପ ନେଇପାରେ । ଏହି ଡିଲ ସମୟରେ ଉଭୟ କମ୍ପାନୀର ପ୍ରତିନିଧି ସାମିଲ ହୋଇପାରନ୍ତି । ସୂଚନାଯୋଗ୍ୟ, ଭାରତ ଟିକଟକ୍ ସମେତ ୧୦୬ଟି ଆପ୍ ବ୍ୟାନ୍ କରିବା ପରେ ଆମେରିକା ସରକାର ଓ ହ୍ୱାଇଟ୍ ହାଉସ୍ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

3 + 17 =

error: Content is protected !!
Open chat