ଚାନ୍ଦବାଲି ଏନ.ଏ.ସି ଅଞ୍ଚଳ: ବିପନ୍ନ ଡ୍ରେନେଜ ଓ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର – ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ଡ୍ରେନ ପାଣି ସହ ବର୍ଷା ପାଣି ଘର ଭିତରେ ଲହଡି ମାରୁଛି

0 410
greentech

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୮/୦୮: ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଅଧିକାଂଶ ସ୍ଥାନରେ ଜମି ରହୁଛି ଏପରିକି ଡ୍ରେନେଜ ପାଣି ସହ ବର୍ଷା ପାଣି ରାସ୍ତାରେ ଜମି ରହିଛି ଏବଂ କାହାର ଶୋଇବା ଘରେ ବର୍ଷା ପାଣି ଜମି ରହିଛି ତ ଆଉ କାହାର ରୋଷେଇ ଘରେ ବର୍ଷା ପାଣି ଜମି ରହିଛି । ଏମିତିକା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ. ଏ. ସି. ଅଞ୍ଚଳରେ ।

ସହରର ଡ୍ରେନ ସବୁ ଦୀର୍ଘ ଦିନରୁ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ଡ୍ରେନେଜ ପାଣି ସହ ମିଶି ରାସ୍ତାରେ ଜମି ରହିଛି ଏବଂ ଲୋକମାନଙ୍କ ଘର ଭିତରେ ପଶି ଯାଉଛି । ଫଳରେ ସେହି ପାଣିରେ ଭିତରେ ପଶି ଲୋକେ ଯା’ଆସ କରୁଛନ୍ତି । ମୁୁୁଖ୍ୟତଃ ସହରର ବହୁ ପୁରାତନ ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଅଧିକାଂଶ ସ୍ଥାନରେ ବର୍ଷା ପାଣି ଜମି ରହୁଛି । ଏପରିକି ବର୍ଷାପାଣି ଲୋକମାନଙ୍କ ଘର ଭିତରେ ଲହଡି ମାରୁଥିବାର ଦେଖିବାକୁ ମିଳିଛି । ବିଶେଷ କରି ଚାନ୍ଦବାଲି ଏନ.ଏ.ସି.ର ବିଭିନ୍ନ ୱାର୍ଡର ଡ୍ରେନ ସବୁ ଦୀର୍ଘ ଦିନରୁ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ନହୋଇପାରି ଡ୍ରେନେଜ ପାଣି ସହ ମିଶି ରାସ୍ତାରେ ଜମି ରହିଛି ଏବଂ ଲୋକମାନଙ୍କ ଘର ଭିତରେ ପଶି ଯାଉଛି ।

ଚାନ୍ଦବାଲି ଏନ.ଏ.ସି. ଅଞ୍ଚଳ ଅନ୍ତର୍ଗତ ପାଞ୍ଚପଡା ୩ ନମ୍ବର ୱାର୍ଡର ଅନ୍ନପୂର୍ଣ୍ଣା ବେହେରାଙ୍କ ଘରୁ ମଟର ଲଗାଇ ପାଣି ନିଷ୍କାସନ କରାଯାଇଛି । ଗତ ୨ ଦିନର ଲଗାଣ ବର୍ଷା ଫଳରେ ବର୍ଷା ପାଣି ନିଷ୍କାସନ ହୋଇନପାରି ନର୍ଦ୍ଧମା ଜଳ ସହ ବର୍ଷା ପାଣି ମିଶି ତାଙ୍କ ଛଅ ବଖରା ଘର ଭିତରେ ପାଣି ଲହଡି ମାରୁଛି । ଶୋଇବା ଘରଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ପୁରା ଘର ଭିତରେ ପାଣି ପଶିଥିବା ଅଭିଯୋଗ କରିଛନ୍ତି । ପାଣି ନିଷ୍କାସନ ହୋଇ ନପାରିବାରୁ ସେ ବାଧ୍ୟ୍ୟ ହୋଇ ପାଣି ମଟର ସାହାଯ୍ୟରେ ଘରୁ ପାଣି ନିଷ୍କାସନ କରିଛନ୍ତି ।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଏନ.ଏ.ସି. ଅଧିକାରୀଙ୍କୁ ଏହି ଡ୍ରେନ ସମସ୍ୟା ବାବଦରେ ବାରମ୍ବାର ଅଭିଯୋଗ କରି ମଧ୍ୟ ଏହି ସମସ୍ୟାର କୌଣସି ସମାଧାନ ନ ହେବାରୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି । ସେହିପରି ପାଞ୍ଚପଡା ସମେତ ସହରର ବିଭିନ୍ନ ୱାର୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଣି ପଶିଛି ଏବଂ ଜମିଛି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।

Leave A Reply

Your email address will not be published.

13 − one =

error: Content is protected !!
Open chat