ଚୀନ୍ ନିଜର ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଭାରତର ଉପଗ୍ରହ ପ୍ରଣାଳୀ ଉପରେ ଆକ୍ରମଣ କରିଥିଲା

0 428
greentech

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଚୀନ୍‌ ଗତ କିଛି ବର୍ଷ ଧରି ପ୍ରୟାସ କରିଆସୁଛି । ସିଏ ସନ୍ତର୍ପଣରେ ନିଜର କିଛି ଶତ୍ରୁ ଦେଶ ଉପରେ ଏହାର ପ୍ରୟୋଗ ବି କରୁଛି । ଭାରତର ଉପଗ୍ରହ ଯୋଗାଯୋଗ ପ୍ରଣାଳୀକୁ ବି ସିଏ ଟାର୍ଗେଟ କରିଥିଲା । ଆମେରିକାର ଏକ ସଂସ୍ଥା ଦ୍ୱାରା ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି ।

ଆମେରିକାର ଏକ ଥିଙ୍କଟ୍ୟାଙ୍କ୍‌ ‘ଚାଇନା ଏରୋସ୍ପେସ ଷ୍ଟଡିଜ୍‌ ଇନଷ୍ଟିଚ୍ୟୁଟ୍‌ (ସିଏଏସଆଇ)’ ନିଜର ରିପୋର୍ଟରେ ଦର୍ଶାଇଛି କି ୨୦୦୭ରୁ ୨୦୧୮ ଭିତରେ ଚୀନ୍‌ ଅନେକ ଥର ନିଜର ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡିକର ମହାକାଶୀୟ ଟେକ୍ନୋଲୋଜିକୁ ଅକାମୀ କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଛି । ସେଥିପାଇଁ ସିଏ ସାଇବର ଟେକ୍ନୋଲୋଜିର ବି ସହାୟତା ନେଇଛି । ୨୦୧୭ରେ ସିଏ ଭାରତର ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥାକୁ ଟାର୍ଗେଟ କରିଥିଲା । ୨୦୦୭ରୁ େ ସ ଅନେକ ଥର ଭାରତର ଉପଗ୍ରହ ବ୍ୟବସ୍ଥାକୁ ଟାର୍ଗେଟ କରି ଆକ୍ରମଣ କରିଛି । ତେବେ ୧୪୨ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ କେବଳ ଗୋଟିଏ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ଦିଆଯାଇଛି ।

ଏଥିରେ କୁହାଯାଇଛି କି ୨୦୧୨ ମସିହାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଜେଟ ପ୍ରପଲସନ ଲାବରାଟୋରୀ ଉପରେ ସାଇବର ଆକ୍ରମଣ କରାଯାଇଥିଲା । ଏହି ସାଇବର ଆକ୍ରମଣ ଚୀନ୍‌ରୁ କରାଯାଇଥିଲା ଏବଂ ହ୍ୟାକରମାନେ ଉକ୍ତ ଲାବ୍‌ରେ ଥିବା କମ୍ପ୍ୟୁଟର ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ । ୟା’ ପୂର୍ବରୁ ଇସ୍ରୋ ମଧ୍ୟ ଅନେକ ଥର କହିଛି କି ଭାରତର ଶତ୍ରୁ ରାଷ୍ଟ୍ରମାନେ ଭବିଷ୍ୟତରେ ତା’ର ଉପଗ୍ରହ ପ୍ରଣାଳୀକୁ ଧ୍ୱଂସ କରିବା ପାଇଁ ଆକ୍ରମଣ କରିପାରନ୍ତି । ତେଣୁ ଭାରତକୁ ବି ଏଭଳି ଟେକ୍ନୋଲୋଜିର ବିକାଶ କରିବାକୁ ପଡ଼ିବ । କେବଳ ଏଇଥିପାଇଁ ଭାରତ ଗତ ବର୍ଷ ମାର୍ଚ୍ଚ ମାସରେ ଉପଗ୍ରହ ବିଧ୍ୱଂସୀ ମିସାଇଲ ପ୍ରଣାଳୀର ପରୀକ୍ଷଣ କରିଥିଲା ।

Leave A Reply

Your email address will not be published.

three × two =

error: Content is protected !!
Open chat