ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି: ଫରେଷ୍ଟ ଫାୟାର୍‌ ଟାସ୍କ୍ ଫୋର୍ସ

0 491
greentech

ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ଥିବା ନେଇ ଫାୟାର୍‌ ଟାସ୍କ ଫୋର୍ସଙ୍କ ସୂଚନା। ଜଙ୍ଗଲ ନିଆଁକୁ ହ୍ରାସ ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରଚେଷ୍ଟା କରାଯାଉଛି। କ୍ଷେତ୍ର କର୍ମଚାରୀ, ଓଡ୍ରାଫ୍‌, ପିଆର୍‌ଆଇ, ସ୍ଥାନୀୟ ଲୋକେ ଚେଷ୍ଟା କରୁଛନ୍ତି। ସ୍ବଳ୍ପ ବର୍ଷା ସତ୍ତ୍ବେ ଅତ୍ୟଧିକ ଗ୍ରୀଷ୍ମ ପାଗ ନିଆଁର ବିସ୍ତାରକୁ ଅନୁକୁଳ କରିଛି।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ତଥା ଫରେଷ୍ଟ ଫାୟାର୍‌ ଟାସ୍କ୍ ଫୋର୍ସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ ବର୍ତ୍ତମାନ ରାଜ୍ୟରେ ନିଆଁର ସ୍ଥିତି ଆୟତ୍ତାଧୀନ ରହିଛି ଏବଂ ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରଚେଷ୍ଟା ଜାରି ରହିଛି। ସମସ୍ତ କ୍ଷେତ୍ର କର୍ମଚାରୀ, ଓଡ୍ରାଫ୍‌ ଓ ପିଆର୍‌ଆଇ କର୍ମଚାରୀ, ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକମାନେ ଦିନ ରାତି ସେମାନଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି। ସ୍ବଳ୍ପ ମାତ୍ରାରେ ବର୍ଷା ହୋଇଥିଲେ ମଧ୍ୟ ଅତ୍ୟଧିକ ଗ୍ରୀଷ୍ମ ପାଗ ସହିତ ଅଧିକ ତାପମାତ୍ରା ଓ କମ୍‌ ଆଦ୍ରତା ଅନୁଭୂତ ହେଉଥିବାରୁ ନିଆଁର ବିସ୍ତାରକୁ ଏହି ପାଗ ଅନୁଗୁଳ କରିଛି। ଆବଶ୍ୟକସ୍ଥଳେ ହଟ୍‌ସ୍ପଟ୍ ଏବଂ ଅଗ୍ନି ସମ୍ବେଦନଶୀଳ ଅଞ୍‌ଚଳରେ ଲାଗିଥିବା କ୍ରମାଗତ ନିଆଁକୁ ପ୍ରଶମନ କରିବା ପାଇଁ ପ୍ରାଥମିକତା ଭିତ୍ତିରେ ପୂର୍ଣ୍ଣ ସତର୍କତାର ସହିତ କ୍ଷେତ୍ର କର୍ମଚାରିମାନେ ସଜାଗ ଅଛନ୍ତି।

ବିଶ୍ବ ବନଦିବସ ଅବସରରେ ଆଜି ଜନସାଧାରଣଙ୍କ ମଧ୍ୟରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବହୁଳ ଭାବରେ ସଚେତନତା ସୃଷ୍ଟି କରାଯାଇଛି। ରାଜ୍ୟର ବନାଗ୍ନି ସ୍ଥିତିକୁ ଆୟତ୍ତାଧୀନ ରଖିବା ପାଇଁ ସରକାରଙ୍କ ବନବିଭାଗ ଦ୍ବାରା ନିରନ୍ତର ପର୍ଯ୍ୟାଲୋଚନା ଓ ସମୀକ୍ଷା ଜାରି ରହିଛି।

Leave A Reply

Your email address will not be published.

20 − seven =

error: Content is protected !!
Open chat