ଜାଇଡସ କାର୍ଡିଲାର କରୋନା ଟିକାକୁ ସରକାରୀ ବିଶେଷଜ୍ଞ କମିଟିର ସବୁଜ ସଂକେତ

0 387
greentech

ନୂଆଦିଲ୍ଲୀ ୨୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତରେ ଖୁବଶୀଘ୍ର ଏକ ଦେଶୀ କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡିକୁ ଭାରୀତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ବିଶେଷଜ୍ଞ କମିଟି (ସବଜେକ୍ଟ ଏକ୍ସପର୍ଟ କମିଟି) ସବୁ ସବୁଜ ସଂକେତ ପ୍ରଦାନ କରିଛି ।

ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାର୍ଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା । ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନି ଅନୁମତି ପାଇଁ ଆବେଦନ କରିଥିଲା । ଏହି ପରୀକ୍ଷଣରେ ଟିକାଟି ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନି ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ଯ୍ୟନ୍ତ ପିଅର ରିଭ୍ୟୁ (ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା) କରାଯାଇନାହିଁ ।

କାଡିଲାର ଏହି ଟିକାକୁ ୩ ଟି ମାତ୍ରାରେ ଦିଆଯିବ । କିନ୍ତୁ ୨ଟି ମାତ୍ରା ନିମନ୍ତେ ଅନୁମତି ପାଇଁ କମ୍ପାନି ଅତିରିକ୍ତ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ବୋଲି  ବିଶେଷଜ୍ଞ କମିଟି କହିଛି । ବ୍ୟବହାର ଅନୁମତି ପାଇବା ପରେ, ଏହି ଟିକା ଦେଶର ୨ୟ  ସ୍ବଦେଶୀ ଟିକାର ମାନ୍ୟତା ପାଇବ । ପୂର୍ବରୁ ଅନୁମତି ପାଇଥିବା କୋଭାକ୍ସିନକୁ ଏବେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି ।

Leave A Reply

Your email address will not be published.

two − two =

error: Content is protected !!
Open chat