ଭୁବନେଶ୍ବର ଏମ୍‌ସରେ ଗରିବ ଲୋକଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା

0 396
greentech

ଭୁବନେଶ୍ୱର ୨୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ମାଗଣାରେ ଗରିବ ଲୋକଙ୍କୁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ପ୍ରଦାନ କରାଯିବ। ରେସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ କୌଣସି ଗରିବ ଲୋକଙ୍କୁ ଭୁବନେଶ୍ବର ଏମ୍‌ସ ପକ୍ଷରୁ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ପ୍ରଦାନ କରାଯିବ। ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ଏଠାରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇପାରିବେ। ରେସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ।

ମହାମାରୀ କରୋନା ଆକ୍ରାନ୍ତରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହୋଇଥାଏ। ଏଥିପାଇଁ ଓଡ଼ିଶାରୁ ବହୁ ଗୁରୁତର ରୋଗୀ କଲକାତା, ଚେନ୍ନାଇ ପରି ସହରରେ ଥିବା ମେଡିକାଲ୍‌କୁ ଏୟାଲିଫ୍ଟି ହେଉଥିଲେ। ରାଜ୍ୟରେ ଆବଶ୍ୟକତା ଦେଖି ସରକାର ଏସ୍‌ସିବି ବଡ଼ ମେଡିକାଲ୍‌, କ୍ୟାପିଟାଲ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିଥିଲେ। ସେହିପରି ଭୁବନେଶ୍ବର ଏମ୍‌ସରେ ମଧ୍ୟ ଇକ୍‌ମୋ ମେସିନ୍‌ ଲାଗିଥିଲା। ଜୁଲାଇ ୧୫ ତାରିଖରୁ ଭୁବନେଶ୍ବର ଏମ୍‌ସରେ ଇକମୋ କାର୍ଯ୍ୟକ୍ଷମ ହେଉଛି। ଏହାଦ୍ୱାରା ଲାଇଫ୍‌ ସପୋର୍ଟ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଉ ବ୍ୟୟବହୁଳ ଏୟାରଲିଫ୍‌ଟିଂ କରିବାକୁ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.

4 × 4 =

error: Content is protected !!
Open chat