ଜୁନ ୩୦ ସୁଦ୍ଧା ଅଭିଭାବକ ଫି ଦେଇ ନ ପାରିଲେ ପିଲାଙ୍କ ଆଡମିଶନ ରଦ୍ଦ କରିପାରିବ ନାହିଁ ଘରୋଇ ସ୍କୁଲ : ଗୁଜୁରାଟ ହାଇକୋର୍ଟ

0 137
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅହମଦାବାଦ ୨୮/୦୬ : ଗୁଜୁରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଜୁନ ୩୦ ସୁଦ୍ଧା ଯେଉଁ ଅଭିଭାବକମାନେ ନିଜ ସନ୍ତାନର ସ୍କୁଲ ଫି ଦେଇପାରିନାହାନ୍ତି ଘରୋଇ ସ୍କୁଲ ସେମାନଙ୍କ ପିଲାଙ୍କ ଆଡମିସନ ରଦ୍ଦ କରିପାରିବ ନାହିଁ ।

ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେବି ପାରିଓ୍ଵାଲାଙ୍କୁ ନେଇ ଗଠିତ ଏହି ରାୟ ଦେଇଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ଓ ଲକଡାଉନ ଦୃଷ୍ଟିରୁ ଘରୋଇ ସ୍କୁଲ ମାନେ ଅନଲାଇନ କ୍ଲାସ ଓ ପରୀକ୍ଷାକରୁଛନ୍ତି । ଏଗୁଡ଼ିକ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବକ ପକାଉଛି, ତାହା ଉପରେ ପ୍ରଶାସନ ନଜର ରଖୁ ।ଗୁଜୁରାଟ ହାଇକୋର୍ଟଙ୍କ ଏହି ରାୟ ସାରା ଦେଶରେ ପ୍ରଭାବ ପକାଇପାରେ । କାରଣ ଅନ୍ୟ କୋର୍ଟମାନେ ମଧ୍ୟ ଏହାକୁ ଉଦାହରଣଭାବେ ନେଇପାରନ୍ତି । ଲକଡାଉନ ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଘରୋଇ ସ୍କୁଲମାନେ ପିଲାଙ୍କ ଆଡମିଶନ ପାଇଁ ଫି ଆଦାୟ କରୁଛନ୍ତି । ଫି ନମିଳିଲେ ଆଡମିସନ ରଦ୍ଦ କରିବାକୁ ଧମକ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ ଗତ ମାର୍ଚ୍ଚ ୨୫ରୁ ଲକଡାଉନ ଚାଲିଛି ।

ଗତ ଜୁନ ୧ରୁ ଅନଲକ ୧.୦ ଆରମ୍ଭ ହୋଇଥିଲେ ମଧ୍ୟ ସ୍କୁଲ କଲେଜ ଖୋଲିବାକୁ ଅନୁମତି ଦିଆଯାଇନାହି। ଆଗାମା ଅଗଷ୍ଟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବାକୁ କେତେକ ରାଜ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

thirteen + 5 =

error: Content is protected !!
Open chat