ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ,ମୃତ୍ୟୁ ହାର ପାଖାପାଖି ୩%

0 167
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୨୮/୦୬ : ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩ ପ୍ରତିଶତ ରହିଛି। ଯାହା ବହୁତ କମ୍‌ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ସାରା ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଭାରତରେ କରୋନା ସଂକ୍ରମଣ ନେଇ ଏମିତି ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଭାରତ ମଧ୍ୟ ପ୍ରତିଦିନ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ସାରା ଦେଶରେ ବର୍ତ୍ତମାନ ୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଏପରି ତଥ୍ୟ ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଶନିବାର ସକାଳ ସୁଦ୍ଧା ୨୪ ଘଣ୍ଟାରେ ୧୮, ୫୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଲି ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୮,୯୫୩ ରହିଥିବାବେଳେ , ମୃତ୍ୟୁ ସଂଖ୍ୟା ୧୫,୬୮୫ ଛୁଇଁଛି। ସେହିଭଳି ଆକ୍ଟିଭ କେସ୍‌ ୧,୯୭,୩୮୭ ରହିଛନ୍ତି। ସୁସ୍ଥ ହୋଇଛନ୍ତି ୨,୯୫,୮୮୧ ଜଣ।

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଏଠାରେ ସର୍ବାଧିକ ୧,୫୨,୭୬୫ ଆକ୍ରାନ୍ତ ଥିବାବେଳେ ୭,୧୦୬ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ଗୋଟିଏ ନରେ ୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ କରାଯାଇଛି। କେବଳ ମୁମ୍ବଇରେ ଶୁକ୍ରବାର ୧୨୯୭ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨, ୧୭୫ରେ ପହଞ୍ଚିଛି। ଗୋଟିଏ ଦିନରେ କରୋନାରେ ୭୩ ଜଣଙ୍କ ଜୀବନ ଯାଇଥିବାବେଳେ ବର୍ତ୍ତମାନସୁଦ୍ଧା ମୃତ୍ୟୁ ସଂଖ୍ୟା ୪୧୭୯ରେ ପହଞ୍ଚିଛି। ମୁମ୍ବଇରେ ଆକ୍ଟିଭ କେସ୍‌ ୨୮,୨୪୪ ରହିଛି।

Leave A Reply

Your email address will not be published.

seventeen + 18 =

error: Content is protected !!
Open chat