ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାମ୍ନାକୁ ଆସନ୍ତୁ : କ୍ରାଇମବ୍ରାଞ୍ଚ ଏଡିଜି

0 432
greentech

କଟକ: ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଓ ଠକାମିର ଶିକାର ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ସାମ୍ନାକୁ ବାହାରି ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ  ଆକାଶ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମିଶି ଲୋକଙ୍କୁ ଚାକିରି ଦେବା ଆଶାରେ ଟଙ୍କା ଠକେଇ କରିଥିବା ଅଭିଯୋଗର ପ୍ରାରମ୍ଭିକ ତଦନ୍ତ ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଟାଟା ମୋଟର୍ସରେ ଚାକରି ପାଇଁ ଟଙ୍କା ଦେଇଥିବା ଆଶାୟୀ ପ୍ରାର୍ଥୀମାନେ ସାମ୍ନାକୁ ଆସି ଅଭିଯୋଗ କରନ୍ତୁ ଏବଂ ଅଭିଯୋଗ ପରେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟାଟା ମୋର୍ଟସର ଲୋଗୋ ଓ ଫେକ୍‌ ପରିଚୟ ପତ୍ର ବ୍ୟବହାର କରି ଲୋକଙ୍କୁ ଠକିଥିବା ଓ ଚାକିରି କରାଇବା ପ୍ରତିଶ୍ରୁତି ଦେଇ ବିପୁଳ ପରିମାଣର ଟଙ୍କା ଠକେଇ କରିଥିବା ଆକାଶ ପାଠକଙ୍କ ବିରୋଧରେ ୬ ଜଣ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ସିଅ‌ାଇଡ଼ି ଏହି କେସ୍‌ର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା‌ରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମ୍ପୃକ୍ତି ଥିବା ମଧ୍ୟ ସାମ୍ନାକୁ ଆସିଥିଲା। ଅନେକ ଚାକରି ଆଶାୟୀ ପ୍ରାର୍ଥୀଙ୍କୁ ଶ୍ରୀ ପାଣିଗ୍ରାହୀ ଓ ଆକାଶ ପାଠକ ଟାଟା କମ୍ପାନିରେ ନିଯୁକ୍ତି ଆଶା ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା କହିଛନ୍ତି କାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

Leave A Reply

Your email address will not be published.

19 + 20 =

error: Content is protected !!
Open chat