ଦିଲ୍ଲୀରେ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘୋଷଣା

0 401
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ :  ଦିଲ୍ଲୀରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ। ଆଜି ଏହା ଘୋଷଣା କରିଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଲୋକନାୟକ ଡାକ୍ତରଖାନାରେ ପ୍ରସ୍ତାବିତ ଏହି ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ସିସୋଦିଆ କହିଛନ୍ତି। ଏହି ପ୍ଲାଜମା ବ୍ୟାଙ୍କର କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ଦିଲ୍ଲୀରେ ଖୋଲା ଯାଇଥିଲା ଏବଂ ପ୍ରତିଦିନ ହାରାହାରି ୨୦ ଜଣ ଦାତାଙ୍କ ଠାରୁ କରୋନା ଚିକିତ୍ସା ନିମନ୍ତେ ପ୍ଲାଜ୍‌ମା ସଂଗ୍ରହ କରାଯାଉଛି।

କରୋନା ବା କୋଭିଡ୍‌-୧୯ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଚିକିତ୍ସା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିବା କାରଣରୁ ଦିଲ୍ଲୀ ସରକାର ଏବେ ଏହି ଦ୍ୱିତୀୟ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବା ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି।

Leave A Reply

Your email address will not be published.

5 − 1 =

error: Content is protected !!
Open chat