ନଡ୍ଡାଙ୍କ ଉପରେ ଆକ୍ରମଣ ମାମଲା : ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ

0 369
greentech

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ସ୍ତରକୁ ଚାଲିଯାଇଛି । ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମନ କରିଥିଲେ ମଧ୍ୟ ସେମାନେ ଦିଲ୍ଲୀ ଯିବାକୁ ମନା କରିବା ପରେ କେନ୍ଦ୍ର ନିଜର ପରବର୍ତ୍ତୀ ପଦକ୍ଷେପ ନେଇଛି ।

କେନ୍ଦ୍ର ସରକାର ପଶ୍ଚିମବଙ୍ଗ କ୍ୟାଡରର ତିନିଜଣ ଆଇପିଏସ ଅଫିସର ରାଜୀବ ମିଶ୍ରା, ପ୍ରବୀଣ କୁମାର ଓ ଭୋଳାନାଥ ପାଣ୍ଡେଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଡକାଇଛି । ଏହି ତିନିଜଣ ଆଇପିଏସ ଅଫିସର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ ।

ତେବେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛି ତୃଣମୂଳ କଂଗ୍ରେସ । ଦଳୀୟ ସାଂସଦ କଲ୍ୟାଣ ବାନାର୍ଜୀ କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲାଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ ଏହି ପଦକ୍ଷେପ ଦ୍ବାରା କେନ୍ଦ୍ର ସରକାର ଉକ୍ତ ତିନି ଆଇପିଏସ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚାହୁଁଛନ୍ତି । ଅମିତ ଶାହାଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଜରୁରୀପରିସ୍ଥିତି ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କୋଲକାତାରେ ବିଜେପି ସଭାପତି ଜେ.ପି.ନଡ୍ଡା ଓ ଅନ୍ୟ ଦଳୀୟ ନେତାମାନଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ ଓ ପୁଲିସ ଡିଜି ବିରେନ୍ଦ୍ରଙ୍କୁ ଆସନ୍ତା ୧୪ ତାରିଖରେ ନୂଆଦିଲ୍ଲୀ ଡକାଇଥିଲେ ମଧ୍ୟ ସେମାନେ ଆସିବାକୁ ମନା କରିଦେଇଥିଲେ ।

Leave A Reply

Your email address will not be published.

12 + nineteen =

error: Content is protected !!
Open chat