ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ! ୬୫ ବର୍ଷରୁ ଅଧିକ ବୟସ୍କ ଏବଂ ପିଲାଙ୍କୁ ନଆସିବାକୁ କରାଯିବ ଅନୁରୋଧ

0 463
greentech

ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ୧୨।୧୨ : ଖୋଲିବ ଶ୍ରୀମନ୍ଦିର । ଶ୍ରୀ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କଠାରୁ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ଖୋଲାଯିବ।  ଆଜି ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ୨୨ ରୁ ୨୪ ତାରିଖ ମଧ୍ୟରେ ଖୋଲିବା ପାଇଁ ସରକାରଙ୍କୁ କୁହାଯିବ । ସରକାର ଅନୁମତି ଦେଲେ ମନ୍ଦିର ଖୋଲିବ । ପ୍ରଥମେ ପୁରୀ ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ମିଳିବ । କରୋନା କଟକଣାରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ତେବେ ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ସାଧାରଣ ଦର୍ଶନ ଜାରି ରହିବ । ୩ ତାରିଖରୁ ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । ତେବେ ୬୫ ବର୍ଷରୁ ଅଧିକ ବୟସର ଲୋକ ଓ ଛୋଟ ପିଲାଙ୍କୁ ମନ୍ଦିର ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ୩ ତାରିଖ ପରେ ପୁରୀ ବାହାର ଲୋକ ଦର୍ଶନ କରିପାରିବେ । ଏହାସହ ସମସ୍ତ ଦ୍ୱାରକୁ ସାନିଟାଇଜ୍ କରାଯିବ । ଏଥିପାଇଁ ଏସଓପି ଜାରି କରାଯିବ । ତେବେ ନେଗେଟିଭ୍ ରିପୋର୍ଟ ଥିବା ଭକ୍ତଙ୍କୁ ମନ୍ଦିର ପ୍ରେବଶ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି ।

କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନଥିଲା । କେବଳ ନୀତିକାନ୍ତି ହିଁ ସମ୍ପାଦାନ ହେଉଛି । ତେବେ କେବେ ଖୋଲିବ ଶ୍ରୀମନ୍ଦିର ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲିବା ବାଟକୁ ଚାହିଁ ବସିଥିଲେ । ଏବେ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବ। ଅତିଶୀଘ୍ର ମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Leave A Reply

Your email address will not be published.

16 + twelve =

error: Content is protected !!
Open chat