ରାୟଗଡା, (ଧନେଶ୍ଵର ରାଉତ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ରାୟଗଡାର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରସରରେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ଏବଂ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମ କ୍ରମେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ସୁଶ୍ରୀ ରଚିତା ରାଉଳଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଆଲେନୁର, ଇଣ୍ଟରନ୍ୟାସନାଲ ନାଚୁରୋପ୍ୟାଥ୍ ଅର୍ଗାନାଇଜେନସ ରାଜ୍ୟ ଉପାଧ୍ୟକ୍ଷ ତଥା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡା. ଗୌରାଙ୍ଗ ଚରଣ ରାଉତ, ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜେଶ କୁମାର ପାଢୀ, ଅଧ୍ୟକ୍ଷ ପ୍ରଫେସର ରାଧାକୃଷ୍ଣ ମହାପାତ୍ର, ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପିକା ପ୍ରତିଷ୍ଠା ମିଶ୍ର, ଅଧ୍ୟାପକ ତପନ କୁମାର କଳଶଈ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।
ଯୋଗଗୁରୁ ଆଚାର୍ଯ୍ୟ ରାଜେଶ କୁମାର ଯୁବଗୋଷ୍ଠୀ ଏବଂ ଛାତ୍ରୀଛାତ୍ର ମାନଙ୍କୁ ଯୋଗାସନ, ପ୍ରାଣାୟାମ, ମୁଦ୍ରାର ଅଭ୍ୟାସ ସହ ଶାରିରୀକ, ମାନସିକ ଓ ଭାବନାତ୍ମକ ସ୍ତରରେ ସୁସ୍ଥ ରହିବାରେ ସେଗୁଡିକର ଉପାଦେୟତା ସଂପର୍କରେ ଅବଗତ କରାଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଯୋଗର ଅନିବାର୍ଯ୍ୟ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଯୁବକେନ୍ଦ୍ର ପ୍ରତିନିଧି ଲକ୍ଷ୍ମୀ ନାରାୟଣ ସେଠୀ ଅତିଥି ପରିଚୟ ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱେଚ୍ଛାସେବୀ ମୋହନ ନାଗ ଏବଂ ବିଶ୍ୱଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ପରିଚାଳନାରେ ସହାୟତା କରିଥିଲେ ।