ପରୀ ଯଦି ନ୍ୟାୟ ନପାଇଲା ତେବେ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

0 527
greentech

ଭୁବନେଶ୍ବର : ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ରହିଛି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି  ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଯଦି ପରୀକୁ ୪ ମାସ ଭିତରେ ନ୍ୟାୟ ଦିଆଯାଇ ପାରିଲା ନାହିଁ, ଅଭିଯୁକ୍ତଙ୍କୁ ଗିରଫ ଯାଇପରିଲା ନାହିଁ, ତା’ହେଲେ ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି ଯେ, ଯଦି ପରୀ ନ୍ୟାୟ ନପାଇଲା ତେବେ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ନାହିଁ । ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ  ବିଜେପି ଆନ୍ଦୋଳନ ଜାରି ରଖିବ । ତୃଣମୂଳସ୍ତରକୁ ଯିବୁ, ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବୁ । ଯେଉଁ ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତାଙ୍କୁ ଧନ୍ୟବାଦ । ତାଙ୍କ ପରି ବ୍ୟକ୍ତି ଆଗକୁ ଆସିବାର ଆବଶ୍ୟକତାର ରହିଛି ।

ସେ କହିଛନ୍ତି, କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ମାମଲରେ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ନାଁ ରହିଥିବା ଅଭିଯୋଗ ରହିଛି । ଯଦି ମନ୍ତ୍ରୀଙ୍କର ଏଥିରେ ସମ୍ପୃକ୍ତି ନାହିଁ, ତା’ହେଲେ ସେ କାହିଁକି ପରୀର ପରିବାର ଲୋକଙ୍କୁ ଧମକାଉଛନ୍ତି । କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି। କାହିଁକି ତାଙ୍କୁ ଥାନାକୁ ଡାକି ଜେରା କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ଏସଆଇଟି ତଦନ୍ତ ନେଇ ସନ୍ଦେହରେ ରହିଛି । ଏହାର ସିବିଆଇ ତଦନ୍ତ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।

Leave A Reply

Your email address will not be published.

1 + twelve =

error: Content is protected !!
Open chat