“ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି” ରୁ ‘ଏନ୍ଡିଆର୍ଏଫ୍’ ପାଣ୍ଠିକୁ ଟଙ୍କା ସ୍ଥାନାନ୍ତର ହୋଇପାରିବ ନାହିଁ : ସୁପ୍ରିମ୍ କୋର୍ଟ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮ : ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆସୁଥିବା ସମସ୍ତ ଅନୁଦାନ ‘ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’କୁ (ଏନ୍ଡିଆର୍ଏଫ୍) ସ୍ଥାନାନ୍ତର କରାଯାଉ ବୋଲି ଅନୁରୋଧ କରି ଏକ ‘ଏନ୍ଜିଓ’ ଦ୍ବାରା ଆଗତ ଆବେଦନକୁ ସୁପ୍ରିମ୍ କୋର୍ଟ ଆଜି ଖାରଜ କରିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ‘ଏନ୍ଡିଆର୍ଏଫ୍’ ଟଙ୍କା ସ୍ଥାନାନ୍ତର କରାଯିବା ଅନାବଶ୍ୟକ।
![](https://i0.wp.com/kalingajyoti.com/wp-content/uploads/2020/08/download-1-17.jpg?resize=490%2C294&ssl=1)
ସୁପ୍ରିମ୍ କୋର୍ଟ କହିଲେ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ସର୍ବସାଧାରଣ ଦାତବ୍ୟ ପାଣ୍ଠି ଭଳି ବୈଧ୍ୟ। ସମସ୍ତ ଅନୁଦାନ ‘ଏନ୍ଡିଆର୍ଏଫ୍’କୁ ସ୍ଥାନାନ୍ତର କରିବା ଅନାବଶ୍ୟକ। କିନ୍ତୁ, ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଯେକୌଣସି ବ୍ୟକ୍ତିବିଶେଷ କିଂବା ପ୍ରତିଷ୍ଠାନ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିକୁ ଅନୁଦାନ ଦେଇ ପାରିବେ।
![](https://kalingajyoti.com/wp-content/uploads/2020/08/download-2-15.jpg)
![](https://i0.wp.com/kalingajyoti.com/wp-content/uploads/2020/08/images-1-29.jpg?resize=499%2C296&ssl=1)
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ ନଭେମ୍ବରରେ ସୃଷ୍ଟି କରାଯାଇଥିବା ‘ଜାତୀୟ ବିପର୍ଯ୍ୟୟ ପରିଚାଳନା’ ଯୋଜନା କୋଭିଡ୍-୧୯ ମୁକାବିଲା କରିବାକୁ ଯଥେଷ୍ଟ। ତେଣୁ ପୃଥକ୍ ଆକ୍ସନ୍ ପ୍ଲାନ୍ କିଂବା ନିମନ୍ତେ ପୃଥକ୍ ସର୍ବନିମ୍ନ ତତ୍ବାବଧାନ ମାନକ ଅନାବଶ୍ୟକ।