ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଇସ୍ପାତ ଶିଳ୍ପର ପ୍ରମୁଖ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

0 338
greentech

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍‌ରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ

କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ
– ଦେଶରେ ଇସ୍ପାତର ବ୍ୟବହାରକୁ ବଢ଼ାଇବା ପାଇଁ ଅନେକ ସମ୍ଭାବନା ରହିଛି
– ଭାରତ ବିଶ୍ୱରେ ଇସ୍ପାତର ଆବଶ୍ୟକତାକୁ ପୂରଣ କରିବାର ଉତ୍ପତିସ୍ଥଳ ହେଉ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ପ୍ରବାସୀ ଶ୍ରମିକଙ୍କ ଘର ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଚଂଳ ବ୍ୟାପାର ମନ୍ତ୍ରଣାଳୟ ଅଭିନବ ପଦକ୍ଷେପ ନେଇଛନ୍ତି। ଇସ୍ପାତ୍ କ୍ଷେତ୍ରର ନେତୃତ୍ୱମାନେ ଭାରତ ସରକାରଙ୍କ ସହ ହାତ ମିଳାଇ ପ୍ରବାସୀ ଶ୍ରମିକଙ୍କୁ କମ୍ ମୂଲ୍ୟରେ ଘର ଯୋଗାଇବା କାମରେ ସହଯୋଗୀ ହେବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ସିଆଇଆଇ ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ: ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା’ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପ୍ରଧାନ ଗୃହ ଓ ସହରାଚଂଳ ବ୍ୟାପାର ମନ୍ତ୍ରଣାଳୟର ଯୋଜନା ସମ୍ପର୍କରେ ଅବଗତ କରିବା ସହ ଏହି ପ୍ରକଳ୍ପ ଗୁଡିକରେ ଭାରତ ସରକାରଙ୍କ ସହ ସହଯୋଗୀ ହେବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଇସ୍ପାତ୍ ଶିଳ୍ପର ନେତୃତ୍ୱ ମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଛନ୍ତି କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି। ମାତ୍ର ଇସ୍ପାତ୍ ଶିଳ୍ପ ଏଥିରେ ସହଯୋଗୀ ହୋଇ ଅନେକ ଇସ୍ପାତ୍‌ ଉପକରଣ ତିଆରି ଉପରେ ଜୋର୍ ଦେବା ସହ ସ୍ୱଳ୍ପ ମୂଲ୍ୟର ଘର ନିର୍ମାଣ କରିବା ଉଚିତ୍। ଯାହା ଅନ୍ୟ ମାନଙ୍କ ପାଇଁ ମଡେଲ ମଧ୍ୟ ତିଆରି କରିପାରିବ। ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଆତ୍ମସମ୍ମାନ ଦେବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ସରକାରଙ୍କ ଏପରି କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ରହିବା ଦରକାର।

ଗୃହ ଏବଂ ସହରାଂଚଳ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ବୃହତ୍ ପ୍ରକଳ୍ପ ଗୁଡିକରେ ଇସ୍ପାତ ଶିଳ୍ପ ସହଯୋଗ କରିବାର ଆବଶ୍ୟକତା ରହିଛି। ଦେଶରେ ଇସ୍ପାତର ବ୍ୟବହାରକୁ ବଢ଼ାଇବା ପାଇଁ ଅନେକ ସମ୍ଭାବନା ରହିଛି। ଅପରପକ୍ଷରେ କରୋନା ସଂକଟ ସମୟରେ ଭାରତୀୟ ଶିଳ୍ପର ପ୍ରୋତ୍ସାହନ କାରଣରୁ ବହୁସଂଖ୍ୟାରେ ପିପିଇ କିଟ୍‌, ମାସ୍କ ଓ ଭେଌକ୍ଷଗ୍ଧ;ିଲେଟର ଉତ୍ପାଦନରେ ବୃଦ୍ଧି ଘଟିଛି। ଭାରତୀୟ ଔଷଧ କମ୍ପାନୀ ୧୫୦ଟି ଦେଶକୁ ମେଡିସିନ୍ ଯୋଗାଇଛି। ଦେଶର ଦ୍ୱିତୀୟ ଇସ୍ପାତ୍ ଉତ୍ପାଦନକାରୀ ରାଷ୍ଟ୍ର ଭାରତ ବିଶ୍ୱରେ ଇସ୍ପାତର ଆବଶ୍ୟକତାକୁ ପୂରଣ କରିବାର ଉତ୍ପତିସ୍ଥଳ ହେଉ।

ଉଲ୍ଲେଖନୀୟ ଯେ, ଏହି ୱେବିନାରରେ କେନ୍ଦ୍ର ଗୃହ ଓ ସହରାଂଚଳ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଇସ୍ପାତ୍ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

four × 3 =

error: Content is protected !!
Open chat