ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦବୋଧନ

0 308
greentech

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ପରିବାରରେ ବାପା-ମାଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ସମାଜର ବିକାଶ ପାଇଁ କାମ କରିବାକୁ ସେମାନଙ୍କୁ ନବୀନ ଆହ୍ବାନ କରିଛନ୍ତି । ଏଥସହ ସେ କହିଥିଲେ, ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଆ ଜାତି ଓ ଅସ୍ମିତାକୁ ରକ୍ଷା କରିବା ପାଇଁ କାମ କର। ଓଡ଼ିଆ ଜାତିର ସମୃଦ୍ଧି ପାଇଁ ବିଶେଷ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ପଢ଼ ଓ ଜାଣ। ସାମାଜିକ ଗଣମାଧ୍ୟମ ହେଉଛି ବର୍ତ୍ତମାନ ଖବର ପ୍ରସାରଣର ମୁଖ୍ୟସ୍ରୋତ। ଯେଉଁମାନେ ସରକାର ଓ ଦଳ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ତାଙ୍କୁ ରୋକ। ସରକାରଙ୍କ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ତୁମର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୀମ ଭୋଇ, ଗୋପବନ୍ଧୁ ଦାଶ, ମଧୁସୂଦନ ଦାସ, ମା ରମାଦେବୀ,ମାଳତୀ ଦେବୀ ଓ ପାର୍ବତୀ ଗିରିଙ୍କ ଭଳି ବ୍ୟକ୍ତିଙ୍କ ନୀତି ଆଦର୍ଶ ବିଷୟରେ ଅବଗତ ହେବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କୁ ଜାଣିଲେ ଆମେ ଆଗାମୀଦିନରେ ଆଗକୁ ବଢି ପାରିବା ବୋଲି କହିଥିଲେ।ଆଜିର କ‌ାର୍ଯ୍ୟକାରିଣୀରେ ବିଜୁ ଜନତା ଦଳ, ବିଜୁ ବାବୁ, ନବୀନ ଓ ଓଡିଶା ବିଷୟରେ ଛାତ୍ରମାନେ ଜାଣିଛନ୍ତି ନା ନାହିଁ ସେ ବିଷୟରେ ଏକ ପରୀକ୍ଷା ହୋଇଥିଲା। ୨୫ଟି ପ୍ରଶ୍ନ ସମ୍ବଳିତ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା ଓ ୧୦ ମିନିଟରେ ସେମାନେ ଏହାର ଉତ୍ତର ରଖିଥିଲେ। ସଠିକ ଉତ୍ତରଦାତାଙ୍କୁ ଦଳ ପକ୍ଷରୁ ପୁରସ୍କୃତ କରାଯିବ। ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି । ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ କାର୍ଯ୍ୟକ୍ରମ ରଖାଯାଇଛି ।

Leave A Reply

Your email address will not be published.

3 × 2 =

error: Content is protected !!
Open chat