ବିଜେଡିରେ ବଡ଼ ପରିବର୍ତ୍ତନ : ସୁପ୍ରିମୋ ଘୋଷଣା କଲେ ସାଙ୍ଗଠନିକ ନବକଳେବର

0 255
greentech

ଭୁବନେଶ୍ୱର : ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସୁପ୍ରିମୋ । ଆଜି  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର  ବରିଷ୍ଠ କର୍ମକର୍ତ୍ତାଙ୍କୁ  ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ  ଆଠଜଣ ବରିଷ୍ଠ ଉପସଭାପତି ଓ ପ୍ରଥମ ଥର ପାଇଁ ୯ଜଣ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି। । ନବନିଯୁକ୍ତ ୯ ଉପ-ସଭାପତିଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଏଥି ସହିତ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି। ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁରଙ୍କୁ ମିଳିଛି। ସେହିପରି ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଭାବେ ନିଯୁକ୍ତ କରାଯାଇଛି।

ଅନ୍ୟ ପକ୍ଷରେ ଉପସଭାପତି ଭାବେ ମଙ୍ଗଳା କିଷାନ୍, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ନାରାୟଣ ପାତ୍ର,ପ୍ରଦୀପ କୁମାର ଅମାତ ଓ ପଦ୍ମନାଭ ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି। ମଙ୍ଗଳା କିଷାନ୍‌ଙ୍କୁ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପର ଦାୟିତ୍ୱ ମିଳିଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଳାସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ ମିଳିଛି।  ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ମୋ ପରିବାର, ବିକ୍ରମ କେଶରୀ ଅରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି  ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ଉନ୍ନୟନ, ପ୍ରଦୀପ କୁମାର ଅମତଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଏବଂ ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତିସଶକ୍ତି କରଣ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.

nineteen − 3 =

error: Content is protected !!
Open chat