ଭିସୁଟ୍, ବୁର୍ଲା ଜୁଲାଇ ୩ ଯାଏଁ ସଟ୍ ଡାଉନ୍ : ଅଧ୍ୟାପିକା କୋଭିଡ୍ ପଜିଟିଭ୍ !

0 209
greentech

ସମ୍ବଲପୁର, (କଳିଙ୍ଗ ଜ୍ୟୋତି), ୧।୭ : ଆସନ୍ତା ୩ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ପ୍ରଥମେ ଅଧ୍ୟାପିକାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅଧ୍ୟାପିକାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ସିଭିଲ ଇଂଜିନିଅରିଂ ବିଭାଗ ସହ ଅନ୍ୟ ବିଭାଗର ସମସ୍ତ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ପୂର୍ଣ୍ଣ ବିଶୋଧନ ସହିତ କରୋନା ମୁକ୍ତ ଅଞ୍ଚଳ ଘୋଷଣା ନହେବା ପର୍ଯ୍ୟନ୍ତ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟକୁ ସଟ୍ ଡାଉନ୍ ରଖାଯିବ । ଅଧ୍ୟାପିକାଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଧ୍ୟାପକଙ୍କ କରୋନା ଟେଷ୍ଟ ମଧ୍ୟ କରାଯିବ । ଆଜିଠାରୁ ଭିସୁଟର ସମ୍ପୂର୍ଣ୍ଣ ବିଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଯେହେତୁ ପ୍ରଶାସନିକ ତଥା ଅଫିସ କାର୍ଯ୍ୟ ଚାଲୁରହିଥିଲା ସଂକ୍ରମଣ ଆଶଙ୍କା କରି ପୁରା ଭିସୁଟକୁ ସିଲ୍ କରାଯାଇଛି । ପ୍ରଥମେ ସବୁ ବିଭାଗ ସାନିଟାଇଜ୍ ହେବ ଓ ପରେ କଣ୍ଟାକ୍ଟ ଟ୍ରେସିଂ ଆଧାରରେ କୋଭିଡ୍ ଟେଷ୍ଟିଂ କରାଯିବ ।

Leave A Reply

Your email address will not be published.

12 − seven =

error: Content is protected !!
Open chat