![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଚାନ୍ଦବାଲି ୨୩/୦୭: ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ଆଜି ସକାଳ ସମୟରେ ନିକଟସ୍ଥ ସମୁଦ୍ରରୁ ଆସିଥିବା ଜୁଆର ଢେଉ ମାଡରେ ପାଖାପାଖି 200ଫୁଟର ଧସିଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/59bf1405-cf6d-4bdb-b46e-70b3b64984f9.jpg?resize=465%2C348&ssl=1)
ଯାହାକୁ ନେଇ ସ୍ଥାନୀୟ ନଦୀକୂଳିଆବାସୀ ଭୟଭିତ ହୋଇପଡିଛନ୍ତି। ତାହାସହ ଉକ୍ତ ନଦୀବନ୍ଧ ଚାଷଜମି ଅଞ୍ଚଳର ହୋଇଥିବାରୁ ଚାଷୀମାନଙ୍କ ପାଇଁ ବିପଦ ଆଣିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହିସ୍ଥାନରେ ଖରାଦିନରେ ବନ୍ଧ ଧସିଥିବାର ଖବର ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ମରାମତି କରାଯାଇନଥିଲା,। ଏବେ ବର୍ଷାଋତୁ ଥିବାରୁ ଯଦି ଲଗାଣବର୍ଷା କିମ୍ବା ନଦୀର ବନ୍ୟା ଆସେ ତା ହେଲେ ଘାଇ ହେବାର ଆଶଙ୍କା ରହିଛି।ନଦୀ ବନ୍ଧର 80 ଭାଗ ନଦୀ ଗର୍ଭକୁ ଧସିଯାଇଥିବା ବେଳେ ଅବଶିଷ୍ଟ ଅଂଶରୁ ଅତଡା ଖସିବାରେ ଲାଗିଛି।
ପ୍ରଶାସନ ତରଫରୁ ଯଦି ଶୀଘ୍ର ମରାମତି କରାନଯଏ ତାହା ହେଲେ ନଦୀ ପାଣି ଗାଁ ଭିତରକୁ ପଶି ବନ୍ୟା ସୃଷ୍ଟି କରିବାର ସମ୍ଭାବନା ଅଛି