ଭଦ୍ରକ ଜିଲ୍ଲା ଆରଡ଼ି: ଡାକ୍ତର କରୋନା ଆକ୍ରାନ୍ତ !! ସ୍ୱାସ୍ଥ୍ୟ କେନ୍ଦ୍ରକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା

0 398
greentech

ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୧୦: ଭଦ୍ରକ ଜିଲ୍ଲା ଆଖମଣ୍ଡଳମଣୀ ପୀଠସ୍ଥ ଆରଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ନୂତନଭାବେ ନିଯୁକ୍ତି ପାଇଥିବା ଯୋଗ ଡାକ୍ତରଙ୍କ ନିକଟରେ କରୋନା ସଂକ୍ରମଣ ଦେଖା ଦେବା ଫଳରେ ମେଡିକାଲର ଡାକ୍ତର ଟି. ମହାନ୍ତି ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କୁ ଖବର ଦେଇଥିଲେ । ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଆରଡ଼ି ସ୍ଵାସ୍ତ୍ୟକେନ୍ଦ୍ରକୁ ସଟଡାଉନ ଘୋଷଣା କରାଯାଇଛି । ଏହା ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୌଣସି ରୋଗୀ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.

4 × five =

error: Content is protected !!
Open chat