ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ: ପୋଲିସ ଜାଣିଶୁଣି ଫେରାର କରିଥିବା ଅଭିଯୋଗ ! !

0 397
greentech

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ ! ! ଏକ ନାବାଳିକା ଅପହରଣ ମାମଲାରେ ଚାନ୍ଦବାଲି ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ ଗତକାଲି ବିଳମ୍ବିତ ରାତିରେ ଥାନାର ପଛପଟ ଝରକା ତାଡି ଚମ୍ପଟ ମାରିଛି । ତେବେ ଦାୟିତ୍ୱରେ ଥିବା ପୋଲିସର ଅବହେଳା ଯୋଗୁ ଏପରି ଘଟିବା ସହ ପୋଲିସ ଜାଣିଶୁଣି ଅଭିଯୁକ୍ତକୁ ଫେରାର କରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ଗାଁର ଏକ ନାବାଳିକାକୁ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁର ଅଜୟ ନାୟକ ଓ ତାର ୨ଜଣ ସହଯୋଗୀ ଅପହରଣ କରିଥିବା ନେଇ ନାବାଳିକାର ବାପା ପୋଲିସରେ ଅଭିଯୋଗ କରିଥିଲେ। ତେବେ ପୋଲିସର ବହୁ ଖୋଜାଖୋଜି ପରେ ନିମାପଡାରୁ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ଗିରଫ ଅଭିଯୁକ୍ତ ଥାନାର ପଛପଟ ଝରକା ତାଡି ଫେରାର ହୋଇଯାଇଛି । ବର୍ତ୍ତମାନ ଏହି ଘଟଣା ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ନାବାଳିକାର ବାପାଙ୍କ ସମେତ ଗାଁର କିଛି ଲୋକ ଗିରଫ ଆସାମୀ କିପରି ଫେରାର ହେଲା, ସେ ନେଇ ଚାନ୍ଦବାଲି ଏସଡିପିଓଙ୍କ ପାଖରେ ଫେରାଦ ହେବା ସହ ଥାନା ଆଗରେ ବସିରହିଛନ୍ତି । ତେବେ ଏ ବାବଦରେ ତଦନ୍ତ ଚାଲିଛି ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି ।

Leave A Reply

Your email address will not be published.

5 × 5 =

error: Content is protected !!
Open chat