‘ମଞ୍ଚେଶ୍ୱର ଶିଳ୍ପାଞ୍ଚଳ’ରେ ଭାଳେଣି : ଅଟାକଳର ଜଣେ କରୋନା ପଜିଟିଭ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫ ଜଣ ସହକର୍ମୀ ଆକ୍ରାନ୍ତ – ଅଟାକଳ ସଂସ୍ପର୍ଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଲାଣି ।
- କରୋନା ଆଣିଲା ମଞ୍ଚେଶ୍ୱର ଅଟାକଳ !
- ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚିନ୍ତା ବଢ଼ାଇଲେ ଅଟାକଳ କର୍ମଚାରୀ – ପାଲଟିଲେ ‘ସୁପରସ୍ପ୍ରେଡର’ ! !
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : କରୋନା ଆଣିଲା ଅଟାକଳ ! ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଞ୍ଚେଶ୍ୱରର ଅଟାକଳ କର୍ମଚାରୀ ‘ସୁପରସ୍ପ୍ରେଡର’। ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ଅଟାକଳରୁ କରୋନା ସଂକ୍ରମଣ, ଗୁରୁବାର ଅଟାକଳରୁ ଆସିଥିବା ଜଣେ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନେ ଏବେ କରୋନା କବଜାରେ। ଅଟାକଳ ଲିଙ୍କ୍ରେ ଥିବା କର୍ମଚାରୀମାନେ କ୍ବାରେଣ୍ଟାଇନ୍ ଥିଲେ। ସେମାନଙ୍କ ମଧ୍ୟରୁ ଆଜି ୩୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଘାରିଛି କରୋନା ଭୟ। ମଞ୍ଚେଶ୍ୱରର ଏକ ଅଟାକଳର କାମ କରୁଥିବା ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଆଜି ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ଅଟାକଳର ୨୬ ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ । ଏଯାଏଁ ସେହି ଅଟାକଳରୁ ୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି।
ସୂଚନା ଥାଉକି ଗତକାଲି ସେହି ଅଟାକଳରୁ ୨୬ ଜଣଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ। ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ଅଟାକଳରୁ ଜଣେ କରୋନା ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅଟାକଳର ଅନ୍ୟ କର୍ମଚାରୀଙ୍କ ସମେତ ମୋଟ ୨୬ ଜଣ ଏବେ ସଂକ୍ରମିତ ହୋଇଛନ୍ତି। ସେପଟେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଗୋଟିଏ ଦିନରେ ସର୍ବାଧିକ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯ରେ ପହଁଚିଛି । ସେହିପରି ୮୧ ଜଣ ସୁସ୍ଥ ହୋଇଛନ୍ତି । ମୋଟରେ ୮୦୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫୧ ଜଣ ସକ୍ରିୟ ଅଛନ୍ତି ।