ରାଜଧାନୀରେ ପାଳନ ହେବନି ଜିରୋ ନାଇଟ : ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ

0 520
greentech

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ଜନସମାଗମ ଉପରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ରୋକ ଲଗାଯାଇଛି। ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା ଜାରି କରିଥିବା ଜଣାଯାଇଛି।

ହୋଟେଲ୍ ବା କ୍ଲବକୁ ନ ଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଡିସେମ୍ବର ୩୧ ଜିରୋନାଇଟ ଓ ଜାନୁଆର ୧ ନୂଆବର୍ଷରେ କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ ପୁଲିସ ପହରା ମାରିବ। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।

ଆଜି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ବରରେ ଏ ବର୍ଷ ‘ଜିରୋ ନାଇଟ ସେଲିବ୍ରେସନ’ ହେବନାହିଁ। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୨୦୨୦ ଡିସେମ୍ବର ୩୧ ରାତି ଉତ୍ସବ ମନା କରାଯାଇଛି। ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। ତେଣୁ ଭୁବନେଶ୍ୱରରେ ‘ଜିରୋ ନାଇଟ ସେଲିବ୍ରେସନ’ ହେବ ନାହିଁ। ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଜିରୋ ନାଇଟ ସେଲିବ୍ରେସନ’ ଉପରେ କଟକଣା ଲଗାଯାଇଛି। ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

ସେହିପରି କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ବର, ଭଦ୍ରକ, ଭବାନୀପାଟଣା, ସମ୍ବଲପୁର ଆଦି ସମତେ ଜିଲା ସଦର ମହକୁମା ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ବାର୍‌, ରେଷ୍ଟୁରାଣ୍ଟ, ହୋଟେଲ୍‌ ଆଦିରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

seven − two =

error: Content is protected !!
Open chat