ରାଜସ୍ଥାନରେ ଟିକାକରଣ ବାଧ୍ୟତାମୂଳକ

0 392
greentech

ନୂଆଦିଲ୍ଲୀ ୨୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜସ୍ଥାନ ସରକାର । ଦେଶର ୧୭ ରାଜ୍ୟ ସହ ରାଜସ୍ଥାନରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜସ୍ଥାନରେ ଏଯାଏ ୨୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହଲେଣି । ଫଳରେ ସରକାର ରାଜସ୍ଥାନରେ ଟକାକରଣକୁ ବାଧ୍ୟତାମୂଳକ କରିବା ସହ ନାଇଟ୍‍ କର୍ଫ୍ୟୁ ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ରାଜସ୍ଥାନରେ ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍‍ କର୍ଫ୍ୟୁ ପାଳନ କରାଯିବ ।କୋଭିଡ-୧୯ ପରିସ୍ଥିତିର ସମୀକ୍ଷା ପାଇଁ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିପରି ପରିସ୍ଥିତିରେ ଟିକାକରଣ କରିବାକୁ କେହି ମନା କରିପାରିବେ ନାହିଁ । କୌଣସି ବ୍ୟକ୍ତି ଯଦି ଟିକା ନେବାକୁ ମନା କରନ୍ତି ତେବେ ତାଙ୍କୁ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

twelve + fifteen =

error: Content is protected !!
Open chat