![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/u7657567.jpg?resize=518%2C388)
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ : ଆଜି ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଆକ୍ରାନ୍ତ ଅଛନ୍ତି ।
![](https://kalingajyoti.com/wp-content/uploads/2020/07/f357a631-1a88-47de-b257-74a70cb86f5e-610x1024.jpg)
ରାଜ୍ୟରେ ଆଜି ପୁଣି ୫ ଶହ ଟପିଲା ପଜିଟିଭ୍। ଗୁରୁବାର ରାଜ୍ୟରୁ ଆଉ ୫୭୭ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ବାକି ୧୬୧ ଜଣ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
![](https://i0.wp.com/kalingajyoti.com/wp-content/uploads/2020/07/16e68f1f-4fc7-4978-9e74-3abdf18969fc-706x1024.jpg?resize=706%2C1024)
୨୪ ଘଣ୍ଟା ଭିତରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସାରଣୀ :- ଅନୁଗୁଳ : ୭ , ବାଲେଶ୍ୱର : ୩୦ , ଭଦ୍ରକ : ୨, ବୌଦ୍ଧ : ୫ , କଟକ : ୧୪,ଢେଙ୍କାନାଳ : ୪ , ଗଜପତି : ୧୭, ଗଞ୍ଜାମ : ୨୬୦ , ଜଗତସିଂହପୁର : ୭ , ଯାଜପୁର : ୯ , ଝାରସୁଗୁଡ଼ା : ୧ , କନ୍ଧମାଳ : ୧ , କେନ୍ଦ୍ରାପଡ଼ା : ୩ , କେନ୍ଦୁଝର : ୪୮,ଖୋର୍ଦ୍ଧା : ୫୬ , କୋରାପୁଟ : ୬ , ମାଲକାନଗିରି : ୧ , ମୟୁରଭଞ୍ଜ : ୧୪ , ନୟାଗଡ଼ : ୧ , ପୁରୀ : ୫ , ସମ୍ବଲପୁର : ୩ , ସୁନ୍ଦରଗଡ଼ : ୮୩ ।