ରାଜ୍ୟ କ୍ୟାବିନେଟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ : ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

0 642
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ, ୧୯୮୭ରେ କେତେକ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଭଳି ପରିସ୍ଥିତି ଉପୁଜୁଥିବାରୁ ଆଇନ ବ୍ୟବସାୟ କ୍ଷେତ୍ରରେ ଗୁରୁତର ବାଧା ସୃଷ୍ଟି ହେଉଛି ଏବଂ ଆଇନଜୀବୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ କରୁଥିବା ଆଇନଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଅଧିବକ୍ତା କଲ୍ୟାଣ ପାଣ୍ଠିକୁ ଯେଭଳି ଉପଯୋଗ କରାଯାଇ ପାରିବ ସେଥିପାଇଁ ଅନୁମତି ଦେବା ସକାଶେ ଏହି ଅଧିନିୟମରେ ସଂଶୋଧନ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.

seventeen + 20 =

error: Content is protected !!
Open chat