ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଆଜି ସରକାର ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏହି ଅଦଳ ବଦଳ କରିିିିିିିଥିବା ପ୍ରକାଶ। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର ଅତିରିକ୍ତ ଚକବନ୍ଦୀ କମିସନର ଭାବେ ବଦଳି କରାଯାଇଛି। ତାଙ୍କ ବଦଳି ପରେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଛନ୍ତି ସନତ କୁମାର ମହାନ୍ତି। ସେହିପରି ଆଇଏଏସ୍ କୀର୍ତ୍ତି ଭାସାନଙ୍କୁ ଗଞ୍ଜାମ କୋଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି ଭାବେ ନିଯୁକ୍ତି ମିଳିଛି। ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ ଦାୟିତ୍ଵ ମିଳିଛି। ଆଇଏଏସ୍ ଜେ. ସୋନାଲ୍ଙ୍କୁ ଗଜପତି କୋଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।