ରାହୁଲ ଗାନ୍ଧୀଙ୍କୁ ବିଜେପିର ତେରଛାବାଣ: “ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା” – ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା

0 419
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଉପରେ ଅଭିଯୋଗ ଆଣିିଥିଲେ କି ଦେଶରେ ଏମାନେ ହ୍ୱାଟସ‌ ଆପ‌ ଓ ଫେସବୁକ ଉପରେ ନିୟନ୍ତ୍ରଣ ରଖୁଛନ୍ତି। ଏବେ ଏହାର ଜବାବ ରଖିଛନ୍ତି ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର।

ସେ କହିଛନ୍ତି ରାହୁଲ ଜଣେ ଅସଫଳ ନେତା। ସ୍ୱାଭାବିକ ଭାବେ କୋଉଠି ନା କୋଉଠି ତାଙ୍କର ରାଗ ଓ ବିବ୍ରତ ମନୋଭାବ ଦେଖିବାକୁ ମିଳୁଛି। ରାହୁଲ ନିଜେ କଂଗ୍ରେସ ଉପରେ ନିୟନ୍ତ୍ରଣ ରଖିପାରୁ ନାହାନ୍ତି। କଂଗ୍ରେସ ନିୟନ୍ତ୍ରଣ ହରାଉଥିବାରୁ ରାହୁଲ ପାଗଳାମିର ପ୍ରଳାପ କରୁଛନ୍ତି ବୋଲି ସମ୍ବିତ କହିଛନ୍ତି। ସୂଚନାଯୋଗ୍ୟ, ରାହୁଲ ରବିବାର କହିଥିଲେ କି ଭାଜପା ଓ ଆର୍‌ଏସ୍‌ଏସ୍‌ ଦେଶରେ ଫେସବୁକ ଓ ହ୍ୱାଟସ୍‌ ଆପକୁ ନିଜ ନିୟନ୍ତ୍ରଣରେ ରଖି ଭୁଲ୍‌ ଖବର ପ୍ରଚାର ପ୍ରସାର କରୁଛନ୍ତି।

Leave A Reply

Your email address will not be published.

17 − 14 =

error: Content is protected !!
Open chat