ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡରଗଡି ପଞ୍ଚାୟତ ପାର୍କ : ଏବେ ଗାଁ ଲୋକ ପାଇବେ ଚିତ୍ତବିନୋଦନ ଲାଗି ସହର ଭଳି ଆକର୍ଷଣୀୟ ପାର୍କର ମଜା

0 409
greentech

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୭/୦୮: ଏବେ କାଣ୍ଡରଗଡି ଗାଁ ଲୋକେ ମଧ୍ୟ ନେଇପାରିବେ ସହର ଭଳି ପାର୍କର ମଜା । ସନ୍ଧ୍ୟା ହେଲେ ବସି ଚିତ୍ତବିନୋଦନ କରିିିିିବା ସହ ସମୟ ଅତିବାହିତ କରି ନିଜର ମନକୁ ଶାନ୍ତ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ପ୍ରାଥମିକ ସ୍ତରରେ ପାଖାପାଖି ୧୦ ଗୋଟି ପଞ୍ଚାୟତରେ ପାର୍କ କାମ ଆରମ୍ଭ କରାଯାଇଛି ।

ଏ ହେଉଛି ଚାନ୍ଦବାଲି ବ୍ଲକ କାଣ୍ଡରଗଡି ପଞ୍ଚାୟତ ନିର୍ମାଣାଧୀନ ପାର୍କ । ଏହି ପାର୍କର ପ୍ରାୟ ୭୦ ଭାଗ କାମ ସରିଥିବା ବେଳେ ଆଉ ମାତ୍ର ୩୦ ଭାଗ କାମ ବାକି ଅଛି । ସ୍ଥାନୀୟ ଲୋକଙ୍କୁ ଏହି ପାର୍କ ବେଶ ଆକୃଷ୍ଟ କରିପାରିଛି । ‘କାଣ୍ଡରଗଡି ପଞ୍ଚାୟତ ପାର୍କ’ରେ ଲୋକଙ୍କ ବସିବା ପାଇଁ ଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗର ଗଛ ମଧ୍ୟ ଲଗାଯାଇଛି । ଏହା ସହ କୁନି କୁନି ଛୋଟ ପିଲାମାନଙ୍କୁ ଆକୃଷ୍ଟ କଲା ଭଳି ବିଭିନ୍ନ ଆକର୍ଷଣୀୟ କାମ ମଧ୍ୟ ଜାରି ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ, ଚାନ୍ଦବାଲି ବ୍ଲକର ଏହି କାଣ୍ଡରଗଡି ପଞ୍ଚାୟତରେ ହିଁ କାମ ଆରମ୍ଭ ହୋଇ ଶେଷ ହେବାକୁ ବସିଛି । ଗାଁରେ ସହରର ଅନୁଭୂତି ମିଳୁଥିବାରୁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହି ପାର୍କ ନିର୍ମାଣ ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ବିଭିନ୍ନ କାମ ପାଇଛନ୍ତି । ଲକଡାଉନ ସମୟରେ ଘରେ ହାତବାନ୍ଧି ବସିଥିବା କିଛି ଲୋକଙ୍କୁ ପାର୍କ ନିର୍ମାଣ ଦ୍ୱାରା ରୋଜଗାର ମିଳିଥିଲା ।

https://twitter.com/DM_Bhadrak/status/1287283042688483329

ଏହି ପାର୍କର ସୌନ୍ଦର୍ଯ୍ୟକୁ ଖୋଦ ଜିଲ୍ଲାପାଳ ସୋସିଆଲ ମିଡ଼ିଆରେ ଭାଇରାଲ କରି ପ୍ରଶଂସା କରିଥିବା ବେଳେ ପ୍ରକଳ୍ପ ନିର୍ଦେଶକ ଓ ଚାନ୍ଦବାଲି ବିଡ଼ିଓ ନିଜେ କାମ ତଦାରଖ କରି ଶୀଘ୍ର ସାରିବାକୁ ନିର୍ଦେଶ ଦେଇଛନ୍ତି । ଏହି ପାର୍କ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ହୋଇଥିବାରୁ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ତଥା ସରପଞ୍ଚ ନିଜେ ଗଛରେ ପାଣି ଦେବାଠୁ ଆରମ୍ଭ କରି ପାର୍କର ତଦାରଖ କରୁଛନ୍ତି ।

Leave A Reply

Your email address will not be published.

one + fourteen =

error: Content is protected !!
Open chat